ଏସ ଡ଼ି ପି ଦାନ କଲେ ଆଶିଷ,ଦୀପକ ଓ ସନ୍ତୋଷ;ବଞ୍ଚିଲା କେନ୍ସର ପୀଡ଼ିତ ।

କୋଦଳା,୦୨/୦୧(ପିପିଟି): ବର୍ତ୍ତମାନ ପରିସ୍ଥିତି ରେ କ୍ୟାନ୍ସର ରୋଗୀଙ୍କ ପାଇଁ ପ୍ଲେଟଲେଟ ବହୁଳ ପରିମାଣରେ ଆବଶ୍ୟକ ପଡୁଥାଏ,ଏଥିପାଇଁ ଏସ ଡ଼ି ପି ଦାନ କରିବା ପାଇଁ ସ୍ବେଛାସେବୀଙ୍କ ଆବଶ୍ୟକତା ପଡିଥାଏ । ଗଞ୍ଜାମ ଜିଲ୍ଲାରେ ଏହି ସ୍ବେଛାସେବୀଙ୍କ ସଂଖ୍ୟା କମ ଦେଖାଯାଉଥିବା ବେଳେ,ଏହି ଜଟିଳ ପରିସ୍ଥିତି ରେ ଅଣ୍ଟା ଭିଡିଲେ ରକ୍ତଦାନ କ୍ଷେତ୍ର ରେ ଗଞ୍ଜାମ ଜିଲ୍ଲା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜୀବନ ଧାରା ପରିବାରର ଦୁଇ ଯୁବ ସ୍ବେଛାସେବୀ ଆଶିଷ କୁମାର ବାଗତି ଓ ଦୀପକ ପୋଲାଇ । ଏହି ଦୁଇ ସ୍ବେଛାସେବୀ ଏସ ଡ଼ି ପି ଦେବା ପାଇଁ ଆଗ୍ରହ ପ୍ରକାଶ କରି ତା. ୦୧/୦୧/୨୦୨୫,ଗୁରୁବାର ନୂତନ ବର୍ଷ ର ପ୍ରାରମ୍ଭ ଦିନରେ ବ୍ରହ୍ମପୁର ରକ୍ତଭଣ୍ଡାର ରେ ପହଞ୍ଚି ଏସଡ଼ିପି ଦାନ କରି ଗୁରୁତର ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଛନ୍ତି । ପୂର୍ବରୁ ମଧ୍ୟ ଏହି ଅନୁଷ୍ଠାନର ସକ୍ରିୟ ସଦସ୍ୟ ସନ୍ତୋଷ କୁମାର ପୋଲାଇ ଏକ ଜରୁରୀ ପରିସ୍ଥିତିରେ ଏସଡ଼ିପି ଦାନ କରି ଅନ୍ୟର ଜୀବନ ବଞ୍ଚାଇଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment