ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ଶ୍ରୀ ଅରବିନ୍ଦ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ।

କୋଦଳା,୧୧/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୮ ତମ ଓ ଶ୍ରୀମା ଶ୍ରୀ ଅରବିନ୍ଦ ମନ୍ଦିରର ୧୨ ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ପ୍ରଭାତ ରେ ଅଧ୍ୟାତ୍ମିକ ପତାକା ଉତୋଳନ, ବନ୍ଦେମାତରଂ ଓ ମାର୍ଚ୍ଚ ଫାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥି ପାଇଁ ଆୟୋଜିତ ଆଧ୍ୟାତ୍ମିକ ସଭା ରେ ‘ ଦିବ୍ୟ ଉପସ୍ଥିତି’ ବିଷୟରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ମୁଖ୍ୟ ବକ୍ତା କାଳୁପଡା ଘାଟ ମାତୃବିହାର ଅଧକ୍ଷ ସଞ୍ଜୟ କୁମାର ମହାପାତ୍ର,ସମ୍ମାନିତ ଅତିଥି ଆସ୍ପୃହା ଆବାହକ ଲଲାଟେନ୍ଦୁ ସାମନ୍ତ,ଜିଲ୍ଲା ଆବାହକ ସସଧର ବେହେରା ବ୍ଲକ ଅଧ୍ୟ୍ୟକ୍ଷା ରେଣୁ ଗୌଡ଼ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଦିବ୍ୟ ଉପସ୍ଥିତ ଉପଲବ୍ଧ କରିବା ଉଚିତ । ସଭା ସଂଚାଳନା କରିଥିଲେ ଭାଗିରଥି ମହାପାତ୍ର । ଆଶ୍ରମର ଦିଲ୍ଲୀପ ଭାଇଙ୍କ ତତ୍ୱାବଧାନରେ ଅପରାହ୍ନ ରେ ଛାତ୍ରଛାତ୍ରୀଙ୍କ ଦ୍ୱାରା କ୍ରୀଡା କୌଶଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଂଗୀତ ଶିକ୍ଷକ ଅଭୟ ପରିଡାଙ୍କ ତତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏଥିରେ ବିଦ୍ୟାଳୟ ର ଅଧକ୍ଷ ସନ୍ତୋଷ କୁମାର ନାୟକ, ହଷ୍ଟେଲ ପରିଚାଳକ ପ୍ରଶାନ୍ତ କୁମାର ବିଷୋୟୀଙ୍କ ସମେତ ସମସ୍ତ ଅପା ଭାଇ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment