ଏସ.ଛଚିନା ଓ ଷଣ୍ଢମୁଳ ଠାରେ ଧାନମଣ୍ଡି ଉଦ୍‌ଘାଟିତ ।

କୋଦଳା,୧୬/୧୨(ପିପିଟି); ଖରୀଫି ଧାନ କ୍ରୟ ପାଇଁ ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏସ. ଛଚିନ ସେବା ସମବାୟ ସମିତି ଓ ଷଣ୍ଢମୂଳ ସେବା ସମବାୟ ସମିତିରେ ବୁଧବାର ଦିନ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ସହକାରୀ ନିବନ୍ଧକ ସୁକାନ୍ତ କୁମାର ପାଢୀ ଓ ବେଗୁନିଆ ପଡା ବିଡ଼ିଓ ବେଦବର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ କି କେହିବି ଚାଷୀ ବସ୍ତା ପିଛା ୭୫ କେଜିରୁ ଅଧିକ ଦେବେନାହିଁ ଯଦି ଅଧିକା କେହି ମାଗନ୍ତି ଆମକୁ ଜଣାଇବେ । ଏଥିରେ ବ୍ଲକ ଅଧ୍ୟକ୍ଷ।ପ୍ରତିନିଧି ବିଜୟ କୁମାର ଦୋରା, ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ନାୟକ, ସମବାୟ ସଭାପତି ସୀମାଞ୍ଚଳ ବିଷୋୟୀ,ରବି ନାରାୟଣ ପଣ୍ଡା, ରଙ୍କ ନାଥ ସ୍ବାଇଁ, ସମ୍ପାଦକ ନିଳାଞ୍ଚଳ ନାୟକ ,ବୁଲା ଡାକୁଆ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରତି ସମିତି ରେ ଜଣେ ଲେଖାଏଁ ଚାଷୀ ଠାରୁ ୫୦କ୍ୱିଣ୍ଟାଲ ଧାନ କ୍ରୟ କରି ସଙ୍ଗେ ସଙ୍ଗେ ସେମାନଙ୍କ ବ୍ୟାଙ୍କ ଖାତାକୁ ୯୩ ହଜାର ୪୦୦ ସହ ଟଙ୍କା ପଠା ଯାଇଛି । ଟୋକେନ ପ୍ରକାରେ ଆଜି ଜଣେ ଚାଷୀଙ୍କ ୫୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା ଏଥିରେ ବହୁ ଚାଷୀ ଯୋଗ ଦେଇଥିଲେ।

Comments (0)
Add Comment