ଏସ୍ ଡବ୍ଲୁ ଏକ୍ସପୋ ୨୦୨୬ ମହୋତ୍ସବ ଉଦଯାପିତ ।

କଟକ,୧୧/୦୬:ଓଡ଼ିଶା ଚାମ୍ବର ଅଫ୍‌ କମର୍ସ, ଇଣ୍ଡଷ୍ଟ୍ରିଜ୍ ଆଣ୍ଡ ଏଣ୍ଟରପ୍ରେନର୍ସ ଓ ଲଘୁ ଉଦ୍ୟୋଗ ଭାରତୀଙ୍କ ମିଳିତ ଉଦ୍ୟମରେ କଟକ ସହରରେ ଆରମ୍ଭ ହୋଇଥିବା ସୁପ୍ରିମ୍ ଓ୍ବଣ୍ଡରସ୍ ଏକ୍ସପୋ-୨୦୨୬। ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଏହି ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି।

ତେବେ ‘ଲଭ୍‌ କାର୍ଷିକାଲ୍‌’ ଥିମରେ ଆୟୋଜିତ ଏହି ଏକ୍ସପୋରେ ବହୁ ମହିଳା ଓ ଯୁବ ଉଦ୍ୟୋଗୀ
ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ଏହି ନୂଆ ଉଦ୍ୟୋଗୀମାନେ ହିଁ ଭବିଷ୍ୟତରେ ନୂଆ ଓଡ଼ିଶା ଗଠନ ସହିତ ଏହାର ଆର୍ଥିକ ବ୍ୟବସ୍ଥାକୁ ଅଧିକ ମଜବୁତ୍ କରିବେ ବୋଲି ଅତିଥି ମାନେ ଆଶା ପୋଷଣ କରିଥିଲେ। ଏହି ମହୋତ୍ସବ ରେ ଅତିଥି ମାନଙ୍କ ମଧ୍ୟରେ ଏନ୍ ଟି ପି ସି ର ଡାଇରେକ୍ଟର କୁଳମଣି ବିଶ୍ବାଳ, ବିଜେପି ର ବରିଷ୍ଠ ନେତା ମହେଶ ମହାନ୍ତି, ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ, ବାରବାଟି କଟକ ର ବିଧାୟିକା ସୋଫିଆ ଫି୍ର୍ଦୋସ,କଟକ ମେୟର ସୁବାଷ ସିଂ, ସମେତ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ ।

ସେପଟେ ଓଡ଼ିଶା ଚାମ୍ବର ଅଫ୍‌ କମର୍ସର ସମ୍ପାଦକ ଅବିନାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏକ୍ସପୋରେ ୮୦ରୁ ଅଧିକ ଷ୍ଟଲ୍‌ ଖୋଲିଥିଲା। କଟକ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀମାନେ ଗୋଟିଏ ଛାତ ତଳେ ଅନେକ ନୂଆ ସାମଗ୍ରୀ ପ୍ରଦର୍ଶନ କରିଥିଲେ।ରଜ ପୂର୍ବରୁ ଏହି ଏକ୍ସପୋରୁ ଅନେକ ନୂଆ ଓ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ସାଜୁଥିବା ଘରକରଣା ଓ ଜିନିଷପତ୍ର ସାମଗ୍ରୀକୁ ଲୋକମାନେ କିଣି ପାରିଛନ୍ତି। ଏମିତିକି ଏହି ମହୋତ୍ସବରେ ମେହେନ୍ଦୀ ଲଗାଇବାଠାରୁ ନେଇ ଓଡ଼ିଆ ପାରମ୍ପରିକ ପିଠାପଣାର ଆନନ୍ଦ ମଧ୍ୟ ଉଠାଇଛନ୍ତି।

ଶେଷ ଦିନରେ ଲୋକମାନଙ୍କ ଭିତରେ ମଧ୍ୟ ଅତିଥିମାନେ ବୁଲି ପ୍ରତ୍ୟେକ ଷ୍ଟଲ୍‌ ପରିଦର୍ଶନ କରିଥିଲେ। ଏଥିରେ ନୂଆ କରି ଷ୍ଟାର୍ଟଅପ୍ ଆରମ୍ଭ କରିଥିବା ଯୁବ ଉଦ୍ୟୋଗୀଙ୍କୁ ପ୍ରଶଂସା କରିଥିଲେ।ଏହି ମହୋତ୍ସବ ରେ ବିଶେଷ ଆକର୍ଷଣ
ଗୋବରରୁ ତିଆରି ଚପଲ, ପର୍ସ ସମସ୍ତ ଙ୍କୁ ଆକର୍ଷିତ କରିଥିଲା।

ଭୁବନେଶ୍ୱରରୁ ଆସିଥିବା ଦୁଇ ଭଉଣୀଙ୍କ ନୂତନ ଚିନ୍ତାଧାରା ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ପରିବେଶ। ତେବେ ବର୍ତ୍ତମାନ ସେମାନେ ପାଠ ପଢ଼ୁଥିଲେ ମଧ୍ୟ ମା’ଙ୍କ ସ୍ୱପ୍ନ ପୂରଣ କରିବାରେ ଲାଗିପଡ଼ିଛନ୍ତି ଦୁଇ ଭଉଣୀ ଦେଶନା ଜୈନ ଓ ସାରିକା ଜୈନ। ୮ ବର୍ଷ ହେବ ଗୋବରରୁ ବିଭିନ୍ନ ସାମଗ୍ରୀ ତିଆରି କରି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ।କିନ୍ତୁ ତାହାକୁ ଏବେ ନୂଆ କରିବାକୁ ଚେଷ୍ଟା କରିଛନ୍ତି। ଗୋବରରୁ ତିଆରି ହୋଇଥିବା ଚପଲ , ମନିପର୍ସ ଓ ବିଭିନ୍ନ ବ୍ୟବହାର ସାମଗ୍ରୀ ପ୍ରଦର୍ଶିତ କରିଛନ୍ତି। ଯାହାର ନାମ “ଗୋ ଧାମ୍‌” ବୋଲି ରଖା ଯାଇଛି । ତେବେ ଗୋବରରୁ ପାଖାପାଖି ୧୦୦ରୁ ଅଧିକ ସାମଗ୍ରୀ ରହିଛି। ଏହାର ମୂଲ୍ୟ ୧୦୦ ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିଲା।

Comments (0)
Add Comment