ପୋଲସରା,୨୬/୦୩(ପିପିଟି) :ଗଂଜାମ ଜିଲ୍ଲା ପୋଲସରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ଭବନର ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାମଣ୍ଡଳେଶ୍ବର ଶ୍ରୀ ମହନ୍ତ କମଳାକାନ୍ତ ଦାଶ ମହାରାଜ ,ତତ୍ବାବଧାୟକ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ବ୍ରହ୍ମପୁର, ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ର ପଣ୍ଡା ପୁର୍ବତନ ଉପ- ବାଚସ୍ପତି ଏବଂ ସମ୍ମାନୀତ ଅତିଥିଭାବେ ଦିପ୍ତିମୟୀ ପାତ୍ର, କୈଳାଶ ଚନ୍ଦ୍ର ଜେନା ,କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୋଲସରା ଏନ୍. ଏ.ସି, ପ୍ରଭାକର ପଣ୍ଡା, ସମାଜସେବୀ, ଟି. ଗୋପୀ ,ମୂଖପାତ୍ର ରାଜ୍ୟ ବିଜେପି ,ମୃତ୍ୟୁଞ୍ଜୟ ବିଷୋୟୀ ,ଯୋଗଗୁରୁ ଏଵଂ କୁମୁନ୍ଦ ଚନ୍ଦ୍ର ପଣ୍ଡା ବ୍ରହ୍ମପୁର ପ୍ରମୁଖ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଅତିଥି ମାନେ ଛାତ୍ର ଛାତ୍ରୀ, ଅଭିଭାବକ ମଣ୍ଡଳୀ ଗୁରୁଜୀ ଗୁରୁମାମାନଙ୍କୁ ଅନୁଷ୍ଠାନର ଶିକ୍ଷ୍ୟାକ୍ଷେତ୍ରରେ ଉନ୍ନତି ଓ ବିକାଶରେ ସହଯୋଗ କରିବା ଏଵଂ ପିଲା ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ। ପରେ ୩୫୦ରୁ ଉର୍ଦ୍ଧ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅତିଥି ବୃନ୍ଦ ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିବାବେଳେ ଅନୁଷ୍ଠାନରେ କାର୍ଯ୍ୟରତ ଗୁରୁମା ଗୁରୁଜୀ କର୍ମଚାରି, ଓ ସହଯୋଗୀ ମାନଙ୍କୁ ଉତ୍ତମ ସେବା କାର୍ଯ୍ୟ ପାଇଁ ପୁରସ୍କୃତ କରିଥିଲେ।ପ୍ରାରମ୍ଭରେ ଅନୁଷ୍ଠାନ ତରଫରୁ ଅତିଥି ବୃନ୍ଦଙ୍କୁ ସ୍ଵାଗତ ଓ ସମ୍ବର୍ଧନା ଦିଆଯାଇଥିବାବେଳେ ଅନୁଷ୍ଠାନର ସଂପାଦକ ଅଗସ୍ତି ବରାଡ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ହର ପ୍ରସାଦ ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ। ଛାତ୍ରୀ ଶୁଭସ୍ମିତା ସାହୁ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଶିଶୁ କଳାକାର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଶେଷରେ ଅନୁଷ୍ଠାନ ତରଫରୁ ପ୍ରଧାନ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ କମିଟିର କର୍ମକର୍ତ୍ତା ସଭ୍ୟବୃନ୍ଦ, ଆଚାର୍ଯ୍ୟ ଆଚାର୍ଯ୍ୟା ଓ କର୍ମଚାରୀମାନେ ଉପସ୍ଥିତରହି ସହଯୋଗ କରିଥିଲେ।
ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା