ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ତଦନ୍ତ ପାଇଁ ଭଞ୍ଜନଗରରେ ସିବିଆଇ ଟିମ ।

ଭଞ୍ଜନଗର, ୨୮/୧୧(ପିପିଟି):ବହୁ ଚର୍ଚ୍ଚିତ ଏସଆଇ ପରୀକ୍ଷାରେ ଜାଲିଆତି ଅଭିଯୋଗକୁ ନେଇ ସାରା ରାଜ୍ୟରେ ହଇଛଇ ସୃଷ୍ଟି ହୋଇଥିବା ବେଳେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି।ଏହି ଘଟଣାରେ ସିବିଆଇ ଦାୟିତ୍ୱ ନେବା ପରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି।ଉକ୍ତ ଘଟଣାରେ ଭଞ୍ଜନଗର ଅଞ୍ଚଳର ମଧ୍ୟ କିଛି ବ୍ୟକ୍ତି ସମୃକ୍ତ ଥିବା ଜଣାପଡିଛି।ଏହି ପରିପ୍ରେକ୍ଷିରେ ସିବିଆଇର ଏକ ଟିମ୍‌ ଆଜି ଭଞ୍ଜନଗରରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ସିବିଆଇର ୨ ଜଣ ଅଧିକାରୀ ଆଜି ମଧ୍ୟାହ୍ନରେ ଭଞ୍ଜନଗର ଥାନାରେ ପହଞ୍ଚି ଏହି ମାମଲାରେ ଅଭିଯୁକ୍ତ ଥିବା କିଛି ଆଶାୟୀଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରିଛି।ସେମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରି ଫେରିଥିବା ଜଣାପଡିଛି। ତେବେ ଏନେଇ ଅଧିକାରୀ ମାନେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ଆସିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ପୁଲିସ ୧୧୪ ଆଶାୟୀଙ୍କ ସହ ୩ ଦଲାଲ ଓ ପରେ ଆଉ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment