ଏସଡିଓ ଙ୍କ ପ୍ରତିଶୃତି ପରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରୁ ତାଲା ଖୋଲିଲା ।

ଉଲୁଣ୍ଡା,୦୩/୦୫(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ପ୍ରତିଦିନ ମନଇଚ୍ଛା ଟାଟା ପାୱାରର ଅଘୋଷିତ ବିଦ୍ୟୁତ କାଟ ବନ୍ଦ ପ୍ରତିବାଦରେ ଗତ ୨୮ତାରିଖ ଦିନ ଅଞ୍ଚଳର ସଚେତନ ଯୁବକଙ୍କ ତରଫରୁ ଏସଡିଓଙ୍କୁ ଦାବିପତ୍ର ଦିଆଯାଇ ୩ଦିନ ଭିତରେ ସମସ୍ୟା ସମାଧାନ ନହେଲେ ଅଫିସକୁ ତାଲା ପକାଇ ଦିଆଯିବ ବୋଲି ଧମକ ଦିଆଯାଇଥିଲା କିନ୍ତୁ ବିଭାଗୀୟ କର୍ତୁପକ୍ଷ ଏଥିପ୍ରତି ଆଖି ବୁଝି ଦେଇଥିବାରୁ ଆଜି ବାଧ୍ୟ ହୋଇ ଅଞ୍ଚଳର ସଚେତନ ଯୁବକ ମାନେ ବିଦ୍ୟୁତ ବିଭାଗୀୟ ଏସଡିଓଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ତାର ସମ୍ଭୂଖରେ ଧାରଣା ଦେଇଥିଲେ ।ଫଳରେ ସକାଳ ୧୦ଘଣ୍ଟାରୁ ଦିନ ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଚକ ହୋଇପଡ଼ିଥିଲା କାର୍ଯ୍ୟାଳୟ । ବିଭାଗୀୟ ଏସଡିଓ ରଶ୍ମି ରଞ୍ଜନ ଜେନା ଘଟଣାସ୍ଥଳରେ ପହଞ୍ଚି ଧାରଣା ରତ ଯୁବକଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ରାତି ଅଧରେ ବିଚ୍ଛିନ୍ନ ହେଉଥିବା ବିଦ୍ୟୁତ କାଟର ସମୟ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେବା ସହ ପ୍ରାୟ ସମୟରେ ହେଉଥିବା ଅଘୋଷିତ ବିଦ୍ୟୁତ କାଟ ବନ୍ଦ ପ୍ରତି ଧ୍ୟାନ ଦେବେ ବୋଲି କହିବା ପରେ କାର୍ଯ୍ୟାଳୟରୁ ତାଲା ହଟିଥିଲା ।ଅନ୍ୟ ପକ୍ଷରେ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ଯଦି ପାଳନ ନହୁଏ ତେବେ ୩/୪ଦିନ ମଧ୍ୟରେ ବିଦ୍ୟୁତ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ ପାଇଁ ତାଲା ପକାଇ ଦିଆଯିବ ବୋଲି ଧାରଣାରତ ସଚେତନ ଯୁବକ ପ୍ରଶାନ୍ତ ଦଣ୍ଡସନା,ଆଲୋକ ହୋତା, ସମ୍ବିତ ନେପାକ,ଶ୍ରୀନିବାସ ଖମାରୀ,ବିଜୟ ଭୋଇ ପ୍ରମୁଖ ଚେତାବନୀ ଦେଇଛନ୍ତି ।

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment