ସାନଖେମୁଣ୍ଡି,୧୬/୦୬(ପିପିଟି): ଆଜି ଏରେଣ୍ଡ୍ରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଧୋବା ସ୍ୱାଇଁଙ୍କ ତତ୍ତ୍ୱବଧାନରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ତରଫରୁ ଏକ ମେଗା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସା ଶିବିର କୁ ସାମ୍ନାନିତ ଅତିଥି ଭାବେ ୬୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସୁଲତା ରାଣୀ ସ୍ୱାଇଁ ଦୀପପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ଉକ୍ତ ଶିବିରେ ମୋଟ ୬୩ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ପରଳ ପଡ଼ିଥିବା ୩୬ ଜଣ ରୋଗୀଙ୍କୁ ପରଳ ଅପରେସନ୍ ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଗଲା । ଶିବିରରେ ମୋଟ ୬ ଗୋଟି ଚଷମା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏରେଣ୍ଡ୍ରା ଗ୍ରାମପଞ୍ଚାୟତର ସମାଜସେବୀ କଂସ ଜେନା , କାମଦେବ ବରାଡ଼ , ଅମୂଲ୍ୟ କୁମାର ପ୍ରଧାନ , ସୁଶାନ୍ତ କୁମାର ଜେନା , ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ , ସିତାରାମ ବରାଡ଼ , ପ୍ରଦୀପ କୁମାର ବରାଡ଼ , ଦାଶରଥି ଡାକୁଆ ଏବଂ ଯୁବ ସହଯୋଗୀ ଚକ୍ରଧର ବିଶୋୟୀ, କାହ୍ନା ବରାଡ଼, ଯୁବ ନେତା ବିକ୍ରମ ବରାଡ଼,ସଞ୍ଜୟ ନାହାକ, ମେହେଙ୍କାଳ ଡାକୁଆ ପ୍ରମୁଖ କାର୍ଯ୍ୟକ୍ରମକୁ ସୂଚାଋରୁପେ ପରିଚାଳନା କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )