ଏମ୍ ଭି ଏସ ଏସ ଭି ଏମ୍ ମନ୍ଦାରର ପଞ୍ଚବି°ଶତମ ବାର୍ଷିକ ଉତ୍ସବ।

ପୋଲସରା,୦୧/୧୨ (ପିପିଟି): ମା” ଭରାଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମନ୍ଦାରର ୨୫ ତମ ବାର୍ଷିକ ପ୍ରତିଷ୍ଠା ଦିବସ ବର୍ଣ୍ଣାତ୍ୟ ଏଵଂ ରଂଗାରଂଗ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାର୍ତ୍ତିକ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମଟିକୁ ମୁଖ୍ୟ ଅତିଥି ପୋଲସରା ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନ ଶ୍ରୀଜଗନ୍ନାଥ ମହାପ୍ରଭୂ,ଦେବୀ ସରସ୍ଵତୀ ପ୍ରତିମୂର୍ତ୍ତି ଓ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରିବାସହ ଅନୁଷ୍ଠାନର ପ୍ରତିଷ୍ଠାତା ଶିକ୍ଷକ ସ୍ଵର୍ଗତ‌ ସନାତନ ପଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବେ ବେଦ ମନ୍ତ୍ରୋଚାରଣ ମଧ୍ୟରେ ଶୁଭ ଉଦଘାଟନ କରିଥିବା ବେଳେ ନିକଟରେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ମା” ଭରାଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିରାମ ବେହେରା ଏଵଂ ସମ୍ମାନୀତ ଅତିଥିଭାବେ ଆସ୍କା ସା°ସଦ ପୋଲସରା ନଗର ପ୍ରତିନିଧି ସିମାଞ୍ଚଳ ସାହୁ,ସରପଞ୍ଚ ସୁନୀତା ଜେନା ଓ ସମିତି ସଭ୍ୟା ସୁଜତା ନାୟକ,ରୁମାଗଡ ଗ୍ରା.ପ. ସରପଞ୍ଚ ଜିତେନ୍ଦ୍ର ବିଷୋୟୀ (ଜିତୁ),କେନ୍ଦୁବାଡ଼ି ଗ୍ରା.ପ. ସରପଞ୍ଚ ତଥା ଶିକ୍ଷାବିତ୍ ବିଜୟ କୁମାର ସ୍ବାଇଁ,ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା ପ୍ରତିନିଧି ତଥା ସମାଜସେବୀ କେ. ନୀଳମାଧବ ଆଚାରି ଓ ଜିଲ୍ଲା ପରିଷଦ ପ୍ରତିନିଧି ଟୁକୁନା ସ୍ୱାଇଁ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କୁ ପାର°ପାରିକ ସ୍ବାଗତ କରାଯାଇ ସମ୍ବର୍ଦ୍ଧନା ଦିଆଯିବାପରେ କୁନିକୁନି ଛାତ୍ରୀମାନେ ସାମୁହିକ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ପରେ ପ୍ରଧାନ ଆଚାର୍ଯ୍ୟ ରଶ୍ମିତା ଦଳରା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ସଂପାଦକ ତଥା ଆଇନଜୀବି ବ୍ରଜବନ୍ଧୁ ଦଳବେହେରା ସଂପାଦକୀୟ ବିବରଣୀ ପାଠ କରିଥିଲେ। ପରେ ଶିକ୍ଷକ ନବୀନ କୁମାର ସାହୁଙ୍କ ପରିଚାଳନାରେ ମଞ୍ଚାସିନ ଅତିଥିବୃନ୍ଦ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବାସହିତ ସେମାନଙ୍କର ଭବିଷ୍ୟତ ଉଜ୍ଜଳ ଏଵଂ ଅନୁଷ୍ଠାନର ଉତ୍ତରୋତ୍ତର ଶୁଭକାମନା କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ଜ୍ଞାନବର୍ଦ୍ଧକ ଏଵଂ ଶାରୀରିକ ଦକ୍ଷତା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସବଜୁନିୟର,ଜୁନିୟର ଏଵଂ ସିନିୟର୍ ବିଭାଗର ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିବା ୧୦୦ ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ କରକମଳରୁ ଟ୍ରଫି,ପଦକ ସହିତ ପ୍ରଶ°ସାପତ୍ର ପ୍ରଦାନ କରାଯାଇଥିବା ବେଳେ ବର୍ଷର ଶ୍ରେଷ୍ଠ ଗୁରୁମାଭାବେ ପିଙ୍କି ବିଷୋୟୀଙ୍କୁ ସ୍ଵତନ୍ତ୍ର ଭାବେ ଉତ୍ତରୀୟ ଏବଂ ଏୱାର୍ଡରେ ସମ୍ମାନୀତ କରାଯାଇଥିଲା। ଶେଷାର୍ଦ୍ଧରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ପ୍ରଶ°ସା ସାଉଁଟିଥିବାବେଳେ ମନୋରଂଜନ କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ସ୍ୱରୂପ ଜାଦୁଗର- ଜେ.କୁମାର ଯୋଗଦେଇ ନିଜର ଜାଦୁବିଦ୍ୟା ଜରିଆରେ ସମସ୍ତଙ୍କୁ ଆଚମ୍ଭିତ ଏଵଂ ସମ୍ମୋହିତ କରିବାରେ ସଫଳ ହୋଇଥିଲେ। ଶେଷରେ ଛାତ୍ରୀମାନେ ବିଦାୟ ସଂଗୀତ ଗାନ କରିବାପରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ସହ କୃତଜ୍ଞତା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଗୁରୁମାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment