ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ ।

ଭଞ୍ଜନଗର, ୦୨/୧୨(ପିପିଟି ):ରାଜ୍ୟରେ କାର୍ଯ୍ୟରତ ୧ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଦୀର୍ଘ ଦିନରୁ ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀକୁ ଅପଗ୍ରେଡ୍‌ କରି ଲେବୁଲ୍ – ୯ ଅନୁଯାୟୀ ମୂଳ ବେତନ ୩୫,୪୦୦/-ଟଙ୍କା ପ୍ରଦାନ କରିବା ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ମସିହା ଠାରୁ ଅଦ୍ୟାବଧୂ କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା ସହିତ ନେସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ଏହି ଦୁଇଟି ଦାବି ଉପରେ ବିଗତ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ ବର୍ତ୍ତମାନ ସୁଦ୍ଧା ଦାବି ପୂରଣ ହୋଇନାହିଁ।ବର୍ତ୍ତମାନ ନୂଆ ସରକାର ଉପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଶାବ୍ୟକ୍ତ କରିଛନ୍ତି। କାରଣ ବିଗତ ରାଲିରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିକ୍ଷକଙ୍କ ଦାବି ଯୁକ୍ତିଯୁକ୍ତ କହି ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ତେଣୁ ଉକ୍ତ ଦାବିଗୁଡିକ ଶୀଘ୍ର ପୂରଣ ନହେଲେ ପ୍ରାଥମିକ ଶିକ୍ଷକ ମହାସଂଘ, ଭୁବନେଶ୍ବର, ଓଡିଶାର ଆହ୍ୱାନ କ୍ରମେ ଆସନ୍ତା ୫ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।ଆଜି ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ ସଂଘ, ଭଞ୍ଜନଗର ତରଫରୁ ଉକ୍ତ ଦାବିପତ୍ରକୁ ଏବିଇଓ ସୂର୍ଯ୍ୟ ନାୟକ ଗ୍ରହଣ କରିଥିଲେ। ସଭାପତି ଜଗଦୀଶ ନାୟକ,ସମ୍ପାଦକ ମନୋଜ କୁମାର ବେହେରା,ସହ ସମ୍ପାଦକ ଶିଶିର କାନ୍ତ ପତି,ଆଶା ଲତା ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment