ଜି.ଉଦୟଗିରି,୨୦/୧୦ : ଓଡିଶା ପ୍ରଶାସନିକ ସେବା ୨୦୨୨ ପରୀକ୍ଷା ରେଜଲଟ ଇତିମଧ୍ୟରେ ବାହାରିଥିବା ବେଳେ ଜି.ଉଦୟଗିରିର ଏନ୍.ପଲ୍ଲବୀ ୨୯୭ ନଂ ସ୍ଥାନରେ ରହି ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ସ୍ଥାନୀୟ ସହରର ୪ନମ୍ୱର ଶ୍ରୀରାମପଦା ସ୍ଥିତ ପିତା ଉବେଦନ ନାୟକ ଓ ମାତା ଝୁନୁ ପଣ୍ଡାଙ୍କ ସୁପୁତ୍ରୀ ଏନ୍.ପଲ୍ଲ୍ବବୀ ୨୯୭ ନଂ ସ୍ଥାନରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।ଏହି ଖବର ଜଣାପଡିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏନ୍.ପଲ୍ଲବୀ ୪ ଥରରେ ଏହି ସଫଳତା ଅର୍ଜନ କରିଥିବା ନେଇ ତାଙ୍କ ବାପା ଶ୍ରୀ ନାୟକ ଜଣାଇଛନ୍ତି। ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଡିଏଭି ସ୍କୁଲ ପୋଖରୀପୁଟ,ଭୂବନେଶ୍ବର, ସ୍ନାତକ ଏସଟି.ଷ୍ଟିଫେନ କଲେଜ,ଦିଲ୍ଲୀ ୟୁନିଭରସିଟି ଏବଂ ସୋସିଓଲୋଜି ରେ ଇଗନୋ ଅଧିନରେ ଏମ.ଏ. ପାଶ କରିଥିବା ଜଣାପଡିଛି। ସେ ବାପା,ମା ଗୁରୁଜନ ମାନଙ୍କୁ ଏହି ସଫଳତାର ଶ୍ରେୟ ଦେଇଥିବା ବେଳେ ଆଗକୁ ଜନସାଧାରଣଙ୍କ ସେବା ଜାରୀ ରଖିବେ ବୋଲି ପ୍ରକାଶ କରିଛନ୍ତି।