ଏନ୍ଏସି ପକ୍ଷରୁ ଓଡ଼ିଆ ପକ୍ଷ-୨୦୨୫ ପାଳନ।

ପୋଲସରା,୦୫/୦୪(ପିପିଟି): ପୋଲସରା ଏନ୍ଏସି ପକ୍ଷରୁ ଓଡ଼ିଆ ପକ୍ଷ-୨୦୨୫ ପାଳନ କରାଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମର ଅଧ୍ୟକ୍ଷା ସଂଗୀତା ବେହେରା ଅତିଥିଭାବେ ଯୋଗଦେଇ”ଓଡ଼ିଆ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା” କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସମୟରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପ୍ରଫୁଲ୍ଲ ପ୍ରଧାନ ଏଵଂ କାର୍ଯ୍ୟାଳୟର ଅନ୍ୟ ସମସ୍ତ ଷ୍ଟାଫ୍, କର୍ମଚାରି, ମହିଳା ସ୍ବେଚ୍ଛାସେବୀ ଏଵଂ ସହରର ବିଭିନ୍ନ କଲେଜ ଓ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଆୟୋଜିତ ପଦଯାତ୍ରାରେ ସାମିଲହୋଇ ନଗର ପରିକ୍ରମା କରି ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ-୧୯୫୬ ଅନୁଯାୟୀ ସମସ୍ତ ଦୋକାନ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ଏଵଂ ମାତୃଭାଷା ଓଡ଼ିଆର ବ୍ୟବହାର କରିବାକୁ ସଚେତନ କରାଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment