ଭଞ୍ଜନଗର,୦୬/୦୪(ପିପିଟି): ଭଞ୍ଜନଗର ଏନଏସିର ନବ ନିର୍ବାଚିତ ନଗରପାଳ ଗୋପବନ୍ଧୁ ମହାପାତ୍ର ବୁଧବାର ଦାୟୀତ୍ୱ ଗ୍ରହଣ କରିଛନ୍ତି। ପ୍ରକୋଷ୍ଠରେ ପୂଜାପାଠ ପରେ ଶ୍ରୀ ମହାପାତ୍ର ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଭଞ୍ଜନଗର ଏନ୍ଏସିରେ ବିକାଶଧାରାକୁ ଅଧିକ ତ୍ୱରାନିତ କରିବା ପାଇଁ ସହରବାସୀ ଓ ପ୍ରଶାସନର ସହଯୋଗ କାମନା କରିଥିଲେ। ଏଥି ସହିତ ଭଞ୍ଜନଗର କୁ ଆଦର୍ଶ ଓ ସ୍ୱଚ୍ଛ ସହର ଭାବେ ଗଢି ତୋଳିବା ମୋର ଲକ୍ଷ୍ୟ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ମହାପାତ୍ର କହିଥିଲେ। ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଓ ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏନ୍ଏସି ନଗର ବିଜେଡି ସଭାପତି ରାଜେନ୍ଦ୍ର ବିଷୋୟୀ ,ସୁଧୀର ରଞ୍ଜନ ବେହେରା,ଶୂଳପାଣି ଶତପଥୀ, ସମସ୍ତ ୧୫ ଗୋଟି ୱାର୍ଡର ନବ ନିର୍ବାଚିତ କାଉନସିଲର ମାନେ ମଧ୍ୟ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )