ବେଗୁନିଆପଡା,୨୯/୧୧(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ପରିସରରେ ସାମ୍ବାଦିକ ତଥା କାଉଁସିଲର ଭଗବାନ ପାଢ଼ୀଙ୍କୁ ଆକ୍ରମଣ । ଶ୍ରୀ ପାଢୀ କହିବା ପ୍ରକାରେ କୋଦଳା ଏନ୍ଏସି ରେ ଗତକାଲି ୧୧ ଟି କାମର ଟେଣ୍ଡେର ବାହାରିଥିବା ଏବଂ ଆଜି ବକ୍ସ ରେ ପକାଇବାର ଶେଷ ଦିନ ଥିବାରୁ ଏହାର ଅନିୟମିତତା ଆଶଙ୍କା କରି ଟେଣ୍ଡର ର ସୂଚନା ତଥ୍ୟ ମାଗିବାରୁ ମୋତେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଭଗବାନ ପାଢ଼ୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସଂଘବଧ ଭାବେ ଆକ୍ରମଣ କରି ତାଙ୍କ ସାର୍ଟ ଚିରି ସୁନା ଚେନ ଝିକି ନେଇଯାଇଥିବା କୋଦଳା ଥାନାରେ ଅଭିଯୋଗ ହୋଇଛି । ତେବେ ଏହି ଟେଣ୍ଡର ପ୍ରକ୍ରିୟା ଅଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବହୁ ଅନିୟମିତତା ହୋଇଥିବା ଦେଖି ୧୧ ନମ୍ବର କାଉସିଲର ଏହାକୁ ବିରୋଧ କରିଥିଲେ । ଟେଣ୍ଡର ପ୍ରକ୍ରିୟା ର ସମସ୍ତ ତଥ୍ୟ ସହ ସିସିଟିଭି ପୁଟେଜ ଆରଟିଆଇ ଜରିଆରେ ଅଧିକାରୀଙ୍କୁ ମାଗିଥିବା ଯୋଗୁଁ ଅଧ୍ୟକ୍ଷ ନିଜେ ପ୍ରତିକ୍ରିୟଶୀଳ ହୋଇ ଅପରାହ୍ନ ୩ଘଣ୍ଟ ସମୟରେ କାର୍ଯ୍ୟାଳୟ ପରିସରରେ ଭଗବାନ ପାଢ଼ୀ ଠିଆ ହୋଇଥିବା ବେଳେ ଅଧ୍ଯକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅଧିକରୀଙ୍କ ଉପସ୍ଥିତରେ ପାଞ୍ଚରୁ ଉର୍ଦ୍ଧ୍ବ ଗୁଣ୍ଡା ଶ୍ରେଣୀର ଲୋକ ଆସି ତାଙ୍କ ସହ ଯୁକ୍ତିତର୍କ କରିବା ସହିତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଭଗବାନ ପାଢ଼ୀଙ୍କ ଗୋଡ଼ ଭାଙ୍ଗିବା ସହ ଛାତି, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ସୁନା ଚେନ କୁ ଛଡାଇ ନେଇ ଚାଲିଯାଇଥିଲେ । ଆକ୍ରମଣ ପରେ ଗୁରୁତର ଭଗବାନଙ୍କୁ କିଛି ବ୍ୟକ୍ତି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମିଡିକାଲକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଥିଲେ ଡାକ୍ତର । ଖବର ପାଇ ଆଜି ଜିଲ୍ଲାର ୬୦ ରୁ ଉର୍ଦ୍ଧ୍ଵ ସାମ୍ବାଦିକ କୋଦଳା ରେ ପହଞ୍ଚି ଭଗବାନ ପାଢ଼ୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବୀ ନେଇ ସାମ୍ବାଦିକ ଭଗବାନଙ୍କୁ ସାଥିରେ ନେଇ ଏକ ଶୋଭାଯାତ୍ରା କରି କୋଦଳା ଥାନାରେ ପହଞ୍ଚି ଥାନା ଅଧିକରୀ ସୁବାଷ ଚନ୍ଦ୍ର ବେହେରାଙ୍କୁ ଏତଲା ଦେବା ସହ ସାମ୍ବାଦିକଙ୍କ ସୁରକ୍ଷା ଏବଂ ଅଧ୍ୟକ୍ଷ, ଅଧିକାରୀ ଓ ଆକ୍ରମଣ କାରୀ ଦୁର୍ବୁତ୍ତଙ୍କୁ ଯଥା ଶୀଘ୍ର ଗିରଫ କରିବାକୁ ଦାବୀ କରିଥିଲେ । ଏହାକୁ ନେଇ ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି ଏନ୍ଏସି ର ସିସି ଟିଭି ଯାଞ୍ଚ କରାଯିବ, ଯେଉଁମାନେ ଭି ଏଥିରେ ସଂଶ୍ଲିଷ୍ଟ ଥିବେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ପକ୍ଷରେ ଯଦି ଏଥିରେ ସତ୍ୟତା ଥାଏ,ଗଣତନ୍ତ୍ରରେ ହିଂସାର ସ୍ଥାନ ନଥିବା କହୁଥିବା ଶାସକ ଦଳର ଅଧ୍ୟକ୍ଷଙ୍କ ଏଭଳି ବର୍ବୋରଚିତ ଆଚରଣକୁ ସାମ୍ବାଦିକ ମାନେ ନିନ୍ଦା କରିବା ସହ ଟେଣ୍ଡର ଦୁର୍ନୀତିର ତଦନ୍ତ ଦାବୀ କରାଯାଇଛି । ଆଜିର ଏହି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଅନୀଲ ପାଣିଗ୍ରାହୀ, ଅନୀଲ କୁମାର ପାଢ଼ୀ,ନାରାୟଣୀ ପ୍ରସାଦ ମିଶ୍ର,ସୁଶାନ୍ତ ପଟ୍ଟନାୟକ,ବିଜୟ କୁମାର ନାୟକ,କୃଷ୍ଣ ଚନ୍ଦ୍ର ପଲେଇ,ସରୋଜ କୁମାର ମିଶ୍ର, କ୍ଷୀରୋଦ ବେହେରା, ପୀତବାସ ଦାସ, ଗଣେଶ ଡାକୁଆ, ବାଲ୍ମୀକି ବିଶୋଇ, ସୂର୍ଯ୍ୟ ନାରାୟଣ ବଡୁ,ବାପୁନି ମାଲୁଙ୍କ ସମେତ ବିଭିନ୍ନ ବ୍ଲକରୁ ୬୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇ ଥିବା ଜଣାଯାଇଛି ।