ଏନଜିଓ ସଂସ୍ଥା ଶିକ୍ଷାର ପ୍ରସାର ଏବଂ ବିକାଶ ଦିଗରେ ଭିନ୍ନ ପଦକ୍ଷେପ।

ବୋଲଗଡ଼,୦୧/୦୩(ପିପିଟି); ପ୍ରଥମ ଓଡିଶା ଏକ ଏନଜିଓ ସଂସ୍ଥା, ଯିଏକି ରାଜ୍ୟର ଅନେକ ଜିଲ୍ଲାରେ ଦୀର୍ଘ ୩ ବର୍ଷ ଧରି ପିଲାମାନଙ୍କର ଶିକ୍ଷାର ଉନ୍ନତି ନିମନ୍ତେ କାମ କରି ଆସୁଅଛି। କରୋନା ସମୟରେ ସ୍କୁଲ ବନ୍ଦ ହୋଇଥିଲା, ଗାଁ କୁ ଯିବା ଆସିବା ବନ୍ଦ ହୋଇଥିଲେ ମଧ୍ୟ ଏହି ଏନଜିଓ ପିଲାମାନଙ୍କୁ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ଶିକ୍ଷାଦେଇ ଆସୁଛି | ଏବେ ଏହି ସଂସ୍ଥା ରଣପୁର ବ୍ଲକର ୨୫ ଗ୍ରାମରେ ପିଲାମାନେ କିପରି କରୋନା ଦାଉରୁ ନିଜକୁ ରକ୍ଷାକରିବେ ବା ନିଜେ କିପରି ସୁରକ୍ଷିତ ରହିବେ ସେଥିପାଇଁ ଗ୍ରାମର ପିଲାମାନଙ୍କୁ ଓ ଲୋକମାନଙ୍କୁ ହାତ ଧୋଇବା ଶିଖାଉଛନ୍ତି ଓ ତା ସହିତ ଗ୍ରାମର ବୟସ୍କ ଲୋକ, କଲେଜରେ ପଢ଼ୁଥିବା ପିଲାମାନେ ଓ ପାଠପଢା ଛାଡି ଘରେ ଥିବା ପିଲାମାନଙ୍କୁ ମାଗଣାରେ ଧନ୍ଦାମୂଳକ ଶିକ୍ଷା ଅନଲାଇନ୍ ମାଧ୍ୟମରେ ଯୋଗାଇ ଦେବାକୁ ପ୍ରତିଶୃତି ବଦ୍ଧ କରିଛି। ବ୍ଲକ ସଂଯୋଜକ “ମନୋଜ କୁମାର ଦଳେଇ “ନିଜେ ଯାଇ ବିଭିନ୍ନ ଗ୍ରାମର ଲୋକମାନଙ୍କୁ ବା ପିଲାମାନଙ୍କୁ ହାତ ଧୋଇବାର ବିଭିନ୍ନ ପ୍ରକାର ଉପାୟ ବତାଉ ଥିବାର ଦେଖିବାକୁ ମିଳିଛି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment