ଏନଏସୟୁଆଇ ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ମନୋନୀତ ।

କନ୍ଧମାଳ,୦୭/୦୫(ପିପିଟି);କଂଗ୍ରେସ ଦଳ ର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନଙ୍କୁ ମନୋନୀତ ହୋଇଥିବା ଜଣା ପଡ଼ିଛି।ସଂଗଠନ ର ପରାମର୍ଶଦାତା ସୋନିଆ ଗାନ୍ଧୀ ଏବଂ ଜାତୀୟ ସଭାପତି ନିରଜ୍ କୁଣ୍ଡନ ଙ୍କ ଦ୍ଵାରା ଅନୁମୋଦନ ପରେ ଜାତୀୟ ସମ୍ପାଦକ ରୋଷନ୍ ଲାଲ ଓଡ଼ିଶା ର ୨୭ ଟି ଜିଲ୍ଲାର ସଭାପତି ଙ୍କ ନାମ ଘୋଷଣା କରିଛନ୍ତି। ଅଂଶୁମାନ ଜିଲ୍ଲା ସଭାପତି ହେବା ପରେ ସଂଗଠନର ରାଜ୍ୟ ସଭାପତି ସାୟାଦ ଆସିର ନୱେଜଙ୍କ ସମେତ ଦଳୀୟ ନେତୃବୃନ୍ଦଙ୍କ ଠାରେ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି । ଅପର ପକ୍ଷେ ଅଂଶୁମାନଙ୍କ ସଭାପତି ହେବା ଖବରରୁ ଜିଲ୍ଲା ଯୁବ ଗୋଷ୍ଠୀ ଅଧିକ ଉତ୍ସାହିତ ହେବା ସହ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟୁଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Comments (0)
Add Comment