ଏକ ପେଡ୍ ମା କେ ନାମ୍ ସଚେତନତା ରଥର ଶୁଭାରମ୍ଭ।

ଯାଜପୁର,୦୬/୦୯(ପିପିଟି): ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପେଡ୍ ମା କେ ନାମ୍ ନିମନ୍ତେ ଦୁଇଟି ସଚେତନତା ରଥକୁ ଜିଲ୍ଲାପାଳ ଅମ୍ବର କୁମାର କର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦୨୫ ରିଖରେ ରାଜ୍ୟବ୍ୟାପୀ ୭୫ ଲକ୍ଷ ଚାରା ରୋପଣ ଅଭିଯାନ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ କ୍ରମେ ସମସ୍ତେ ଏଥିରେ ସାମିଲ ହେବା,ଆମ ଜନ୍ମଦାତ୍ରୀ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା’ ର ସୁରକ୍ଷା ପାଇଁ ଗଛଟିଏ ନିଶ୍ଚିତ ଲଗାଇବା। ଏହି ଅଭିଯାନରେ ଯାଜପୁର ଜିଲ୍ଲାରେ ସେପ୍ଟେମ୍ବର ୧୭ ତାରିଖ କଟକ ଫରେଷ୍ଟ ଡିଭିଜନ ସହଯୋଗିତାରେ ଗୋଟିଏ ଦିନରେ ୩.୫ ଲକ୍ଷରୁ ଉର୍ଦ୍ଧ୍ବ ଚାରାଗଛ ରୋପଣ କରାଯିବ। ଜିଲ୍ଲାରେ ଏହି ଚାରାରୋପଣ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, କୃଷି, ଉଦ୍ୟାନ କୃଷି,ଜଳଛାୟା ପ୍ରକଳ୍ପ, ଜଙ୍ଗଲ ଓ ପରିବେଶ,ଶିଳ୍ପ ସଂସ୍ଥା,ମହା ବିଦ୍ୟାଳୟ ଓ ଗଣଶିକ୍ଷା,ମହିଳା ଓ ଶିଶୁ ବିକାଶ ବିଭାଗ ଅଂଶ ଗ୍ରହଣ କରିବେ। ଜିଲ୍ଲାରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର,କମ୍ୟୁନିଟି ଜାଗାରେ ବୃକ୍ଷରୋପଣ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର,ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳ, ପ୍ରଶାସନ,ଯୁଧିଷ୍ଠିର ନାୟକ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସନ୍ତୋଷ କୁମାର ସାହୁ,ନରେଗା ସଂଯୋଜକ ଚିନ୍ମୟ ସିଂ,ଜଙ୍ଗଲ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଭ୍ରାମ୍ୟମାଣ ରଥ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାରା ବିତରଣ କରାଯିବ।

Comments (0)
Add Comment