ମାଲକାନଗିରି,୨୧/୦୫(ପିପିଟି): ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଏକ ଦିବାସୀୟ କ୍ୟାରିଅର କାଉଂସିଲିଂ ଓ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ନିଯୁକ୍ତି ମେଳାକୁ ଆଇ.କ୍ୟୁ.ଏ.ସି ତରଫରୁ ଆୟୋଜନ କରାଯାଇଥିଲା।ଏଥିରେ ଯୁକ୍ତ ତିନି ଛାତ୍ର ଛାତ୍ରୀଙ୍କୁ ନିଯୁକ୍ତି ଓ ସେମାନଙ୍କର କ୍ୟାରିୟର ସମ୍ପର୍କରେ ସଚେତନ କରାଯାଇଥିଲା।ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ମେଳାକୁ ଆୟୋଜନ କରାଯାଇଥିଲା। ଆଇ.କ୍ୟୁ.ଏ.ସି ର ସଂଯୋଜକ ଡଃ .ରଞ୍ଜନ କୁମାର ସ୍ବାଇଁ ପ୍ରମୁଖ ଦାୟିତ୍ୱ ବହନ କରି ଏହି ମେଳା ର ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପିନାସ୍ଲି କମ୍ପାନୀ ତରଫରୁ ଏହି କ୍ୟାରିଅର କାଉଂସିଲିଂ ମେଳାର ଆୟୋଜନ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସମ୍ପର୍କରେ ସଚେତନତା ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥିର କରାଯାଇଥିଲା ।ଏଥିରେ ୭୫ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଏହି ମେଳାରେ ଡଃ .ହେନେରୀତା ମିଶ୍ର,ପ୍ରମିୟ କୁମାର ମହାନ୍ତି, ଦୀପ୍ତି ରେଖା ମିଶ୍ର, ଆରତୀ ଲୁଗୁନ, ଗୌତମ ନାୟକ, ତପନ କୁମାର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)