ଏକ ତରଫା ପ୍ରେମନିବେଦନ କରି ରସିକିଆ ଅଧ୍ଯକ୍ଷ ଗିରଫ।

ବୋଲଗଡ଼,୧୦/୧୨ (ପିପିଟି):ବୋଲଗଡ଼ ସରକାରୀ ପରମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ଓ ଯୁକ୍ତ ଦୁଇ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ୬୦୦ ଜଣ ଛାତ୍ରଛାତ୍ରୀ ମାନେ ଶିକ୍ଷା ଅଧ୍ଯୟନ କରୁଅଛନ୍ତି। ପରମାନନ୍ଦ ମହାବିଦ୍ୟାଳୟ ଟି “B”- ଗ୍ରେଡ ନାକ୍ ମାନ୍ୟତାପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ଅଟେ। ଏହି ମହାବିଦ୍ୟାଳୟ ଟି ୧୯୮୧ମସିହାରେ ସ୍ଥାପିତ ହୋଇଥିଲା। ଆଜି ପର୍ୟ୍ଯନ୍ତ ବରିଷ୍ଠ ଅଧ୍ଯାପକ, ଅଧ୍ଯାପିକା ଓ ଅଧ୍ଯକ୍ଷମାନଙ୍କ ମିଳିତ ସହଯୋଗ ରେ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ତଥା ଆଦର୍ଶ ଶିକ୍ଷା ଦାନ ଦିଆଯାଉଥିବା ରୁ ପରମାନନ୍ଦ ମହାବିଦ୍ୟାଳୟର ଗୌରବ ଦିନ କୁ ଦିନ ବୃଦ୍ଧି ପାଇ ଆସୁଥିଲା। ନୂତନ ଅଧ୍ଯକ୍ଷ ଭାବେ ବାଣପୁର ସରକାରୀ ଗୋଦାବରୀଶ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ଯ ଡଃ ପ୍ରଦୀପ୍ତ କୁମାର ଦାସ ପଦୋନ୍ନତି ପାଇ ଗତ ମଇ ମାସରେ ବୋଲଗଡ଼ ସରକାରୀ ପରମାନନ୍ଦ ମହାବିଦ୍ୟାଳୟରେ ଅଧ୍ଯକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହି ମହାବିଦ୍ୟାଳୟରେ କେତେକ ବିଭାଗର ଅଧ୍ଯାପକ, କିରାଣୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡିଥିବାରୁ ଏଗୁଡିକ ପୂରଣ କରିବା ପାଇଁ ଅଧ୍ଯକ୍ଷ ଶ୍ରୀଦାସ ମହାବିଦ୍ୟାଳୟ ପରିଚାଳନା କମିଟିର ଅନୁମୋଦନ କ୍ରମେ ନୂତନ କର୍ମଚାରୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ। ନୂତନ ଭାବେ ନିଯୁକ୍ତି ପାଇଥିବା ରସାୟନ ବିଭାଗର ଅଧ୍ଯାପିକା ଙ୍କୁ ଅଧ୍ଯକ୍ଷ ଶ୍ରୀଦାସ ଭଲ ପାଇ ତାଙ୍କୁ ଏକ ତରଫା ପ୍ରେମ ନିବେଦନ କରୁଥିଲେ। ଏଥିରେ ଅଧ୍ଯାପିକା ଜଣକ ସହମତି ପ୍ରକାଶ ନ କରିବାରୁ ଅଧ୍ଯକ୍ଷ ଶ୍ରୀଦାସ ତାଙ୍କର ମୋବାଇଲ ଯୋଗେ ବିଭିନ୍ନ ପ୍ରକାରର ଧମକ ଚମକ ଦେବା ସହିତ ପ୍ରେମ ନିବେଦନର ବାର୍ତ୍ତା ଅଧ୍ଯାପିକା ଙ୍କ ମୋବାଇଲ କୁ ପଠାଉଥିଲେ। ଅଧ୍ଯାପିକା ଜଣକ ସମସ୍ତ ଘଟଣା ବଳି ନିଜର ପିତା ସୁଧୀର କୁମାର ନିଶଙ୍କ ଙ୍କୁ ଜଣାଇ ଥିଲେ। ଏଥିରେ ପିତା ଶ୍ରୀନିଶଙ୍କ ରାଗିଯାଇ ବୋଲଗଡ଼ ଥାନାରେ ପ୍ରାଥମିକ ଲିଖିତ ଅଭିଯୋଗ ଦେଇଥିଲେ। ବୋଲଗଡ଼ ଥାନା ଭାରପ୍ରାପ୍ତ ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ପରମାନନ୍ଦ ମହାବିଦ୍ୟାଳୟର ଘଟଣାବଳୀକୁ ତଦନ୍ତ କରି ଅଧ୍ଯକ୍ଷ ଡଃ ପ୍ରଦୀପ୍ତ କୁମାର ଦାସ ଙ୍କୁ ଗିରଫ କରିଥିଲେ। ତାଙ୍କ ବିରୁଦ୍ଧରେ କେଶ ନଂ ୩୧୦/୨୫ ରୁଜୁ କରାଯାଇ ଆଜି ଖୋଦ୍ଧା କୋର୍ଟ କୁ ଚାଲାଣ କରାଯାଇ ଅଛି। ଏହି ଘଟଣାରେ ପରମାନନ୍ଦ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଓ ଅଧ୍ଯାପିକା ମାନେ ତୀବ୍ର ନିନ୍ଦା କରିଅଛନ୍ତି। ବୋଲଗଡ଼ ବ୍ଲକ ଅଞ୍ଚଳର ସମସ୍ତ ଶିକ୍ଷାବିତ, ବୁଦ୍ଧିଜୀବୀ, ଅଭିଭାବକ ଅଭିଭାବିକା, ସାମ୍ବାଦିକ ଓ ସମାଜସେବୀ ମାନେ ଏହାକୁ ତୀବ୍ର ନିନ୍ଦା କରିଅଛନ୍ତି। ଅଧ୍ଯକ୍ଷ ଶ୍ରୀଦାସ ପରମାନନ୍ଦ ମହାବିଦ୍ୟାଳୟ ପରିଚାଳନା କମିଟିର ବିନା ଅନୁମତି ରେ ଗତ ମଇ ମାସଠାରୁ ଆଜି ପର୍ୟ୍ଯନ୍ତ ପରମାନନ୍ଦ ମହାବିଦ୍ୟାଳୟର ସଭାପତିଙ୍କ ଗୃହରେ ରାତ୍ରି ଯାପନ କରୁଅଛନ୍ତି। ତେଣୁ ତାଙ୍କୁ ଶୀଘ୍ର ମହାବିଦ୍ୟାଳୟ ପରିସରରୁ ହଟାଇବା ପାଇଁ ଦ୍ରୁଢ ଦାବୀ ହେଉଅଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment