କବିସୂର୍ଯ୍ଯ ନଗର,୨୮/୦୪(ପିପିଟି); କରୋନା ମହାମାରୀ ସମୟରେ ଲୋକମାନଙ୍କ ମଧ୍ଯରେ ସଚେତନତା ସୃଷ୍ଟି କରିବା ପାଇଁ ଏକ୍ସ ସର୍ଭିସ ମେନ୍ ୟୁନିଅନ୍ ଏବଂ ମା ଦନ୍ତ ଚିକିତ୍ସାଳୟ ତରଫରରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କବିସୂର୍ଯ୍ଯନଗର ସ୍ଥିତ ମହାମାୟୀ ବଜାର ଏବଂ ଆସ୍କାର ଗାନ୍ଧୀ ନଗର ଠାରେ ଲୋକମାନଙ୍କୁ ସାମାଜିକ ଦୂରତ୍ବ,ମାସ୍କ ପରିଧାନ ଓ ସାନିଟାଇଜର ସଂପର୍କରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୈନିକ ସେବା ସଂଘର କର୍ମୀ ଉଦୟ ନାଥ ସ୍ବାଇଁ,ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ପୋଲେଇ, ଡା.କଂଗ୍ରେସ ପ୍ରଧାନ ସମେତ ମା ଦନ୍ତ ଚିକିତ୍ସାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।