ଏକା ଦିନରେ ଅବସର ନେଲେ ୨କଲେଜ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ।

ଭଞ୍ଜନଗର,୩୧/୦୧(ପିପିଟି); ଭଞ୍ଜନଗର ସହରରେ ଥିବା ୨ପ୍ରମୁଖ ଯଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ନିଳାଞ୍ଚଳ ମୁନୀ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼. ଶାନ୍ତି କୁମାରୀ ଉପାଧ୍ୟାୟ ଉଭୟେ ଆଜି ଗୋଟିଏ ଦିନରେ ଅବସର ଗ୍ରହଣ କରିଛନ୍ତି। ଡ଼. ମୁନୀ ଏଠାରେ ୧୯୯୯ ମସିହା ଠାରୁ ଦୀର୍ଘ ୨୧ବର୍ଷ କାର୍ଯ୍ୟକାଳ ମଧ୍ୟରେ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଭାବେ ରହିବା ପରେ ଗତ ସାଢ଼େ ୪ବର୍ଷ ହେଲା ଅଧ୍ୟକ୍ଷ ପଦରେ ରହିଥିଲେ। କାର୍ଯ୍ୟ କାଳର ଶେଷ ଦିବସରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ କଲେଜ ର ବହୁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଅଧ୍ୟକ୍ଷ ଡ଼. ମୁନୀଙ୍କ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟ ନିଷ୍ଠା ଓ ସହଯୋଗକୁ ନେଇ ବେଶ ପ୍ରଶଂସା କରିବା ସହ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଆଜି ତାଙ୍କର ଅବସର ଗ୍ରହଣ ପରେ ଡ଼.ସୁବାଷ ପ୍ରଧାନ ତାଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି।ସେହିପରି ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ଡ଼.ଉପାଧ୍ୟାୟ ଏଠାରେ ଗତ ୩୪ବର୍ଷ କାର୍ଯ୍ୟକାଳ ମଧ୍ୟରେ ଗତ ୩ବର୍ଷ ହେଲା ଅଧ୍ୟକ୍ଷା ଭାବେ ଦାୟୀତ୍ୱ ତୁଲାଇ ଆସୁଥିଲେ।ବର୍ତ୍ତମାନ କେ. ଭବାନୀ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଉଭୟ କଲେଜରେ ଅଧ୍ୟକ୍ଷ ଭାବେ ଏହି ୨ଜଣ ଅସ୍ଥାୟୀ ରୂପରେ ରହିଥିବା ବେଳେ କୌଣସି ସ୍ଥାୟୀ ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କୁ ନିଯୁକ୍ତି ଦିଆଯାଇ ନଥିବା ଜଣାପଡିଛି। ସେହିପରି ଭଞ୍ଜନଗର ଜଳ ସେଚନ ବିଭାଜନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାୟ ମଧ୍ୟ ଆଜି ଅବସର ଗ୍ରହଣ କରିଥିବା ଜଣାପଡ଼ିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment