ଏକତା ପରିଷଦ ତରଫରୁ ଆଦିବାସୀ ଲୋକଙ୍କୁ କରୋନା ସହାୟତା ପ୍ରଦାନ ।

ବୋଲଗଡ଼,୨୦/୦୨(ପିପିଟି); ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଂଗୁରିଆ ପଞ୍ଚାୟତର ସଁପୁର ଗ୍ରାମରେ ଏକ ପାଞ୍ଚ ଦିନିଆ କରୋନା ସହାୟତା ଉଦ୍ଦେଶ୍ଯରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଛତିଶଗଡ଼ ରାଜ୍ଯସ୍ଥ ପ୍ରୟୋଗ ସମାଜସେବୀ ସଂସ୍ଥା ର ସହାୟତାରେ ଓ ଓଡ଼ିଶା ରାଜ୍ଯ ଏକତା ପରିଷଦ ସହଯୋଗ ରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଦିବାସୀ ସାହିର ୫୫ ଜଣ ଗରିବ ପୁରୁଷ ଓ ମହିଳା ଗତ ୧୬ ତାରିଖ ଠାରୁ ୨୦ ତାରିଖ ପଯ୍ୟନ୍ତ ପୋଖରୀ ଖନନ ଓ ପରିମଳ ସଫେଇ କରିବା ବିନିମୟରେ ୧୫ ଦିନ ପର୍ଯ୍ୟନ୍ତ ପରିବାର ପ୍ରତିପୋଷଣ ହୋଇପାରୁଥିବା ଶୁଖିଲା ଖାଦ୍ୟ ପ୍ୟାକେଟ୍ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଖଂଗୁରିଆ ସରପଂଚ ରଞ୍ଜୁବାଳା ମହାନ୍ତି, ପୂର୍ବତନ ସରପଂଚ ଜଳନ୍ଧର ମହାନ୍ତି, ବରିଷ୍ଠ ସାମ୍ବାଦିକ ଗଂଗାଧର ଦାଶ, ଶ୍ରମିକ ନେତା ଉଦୟ ନାଥ ନାୟକ,ସାମ୍ବାଦିକ ବିଶ୍ବଜିତ୍ ମହାପାତ୍ର, ସମାଜ ସେବୀ ମାନସ କୁମାର ଜେନା, ହାରାମଣୀ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। କରୋନା ମହାମାରୀ ସମସ୍ତଙ୍କର ଆଥିର୍କ ମାନଦଣ୍ଡ ଭୁଷୁଡ଼ି ପଡିଥିବା ବେଳେ ଗରିବ ଖଟିଖିଆ ଦିନ ମଜୁରିଆ ଲୋକ ମାନଙ୍କୁ ଅଧିକ ଶ୍ରମଦାନ ପାଇଁ ବ୍ଯବସ୍ଥା କରିବା ସହିତ ଦୈନିକ ମଜୁରୀ ବୃଦ୍ଧି କରିବା ପାଇଁ ଅତିଥି ମାନେ ସରକାରଙ୍କ ନିକଟରେ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏକତା ପରିଷଦର ଖୋର୍ଧା ଜିଲ୍ଲା ସଂଯୋଜକ କିଶୋର ଚନ୍ଦ୍ର ବିଶ୍ବାଳ ଓ ଅନିଲ୍ କୁମାର ପ୍ରଧାନ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment