ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନାଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୦୪/୧୧(ପିପିଟି) : ସୁବର୍ଣ୍ଣପୂର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ। ଠାରେ ଜଙ୍ଗଲ ଓ ପରିବେଶ ବିଭାଗ ଆହ୍ୱାନ ରେ ଇକୋ କ୍ଲବ ତରଫରୁ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ “ଏକକ ବ୍ୟବହୃତ ପ୍ଲାଷ୍ଟିକ କୁ ନାଁ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ, କର୍ମଚାରୀ, ତଥା ଅଭିଭାବକ ଓ ଅଭିବାବିକା ମାନଙ୍କୁ ଇକୋ କ୍ଲବ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ବିଦ୍ୟାଳୟକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଶପଥ ପାଠ କରାଇଥିଲେ। ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ମିଳିତ ଭାବରେ ମାୟାବର୍ହ୍l ଗ୍ରାମ ପରିଭ୍ରମଣ କରି ପ୍ଲାଷ୍ଟିକ ବ୍ୟବହାରରେ ସଂଯମତା ରକ୍ଷା କରିବା ପାଇଁ ସଚେତନ କରେଇଥିଲେ। ସଭାର ପ୍ରାରମ୍ଭରେ ଗଣିତ ଶିକ୍ଷକ ମନୋଜ କୁମାର ପୁଝାରୀ ପ୍ଲାଷ୍ଟିକ ର ବ୍ୟବହାରର କୁପରିଣାମ କେତେ ଭୟାବହ ତାହା ସୂଚିତ କରିଥିଲେ।ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଜନନିକ, ଅର୍ଚ୍ଚିତା, ଲିପ୍ସା, ଶୁଭଶ୍ରୀ, ପୂଜା, ଝରଣା, ସୁଜିତ୍ ଓ ବିକଷ୍ନିଯା ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ଆଲୁମିନି ସଦସ୍ୟ କିରଣ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ସଞ୍ଜୀବ ପୂଜାରୀ, ମୀନକେତନ, ବିଭୀଷଣ, ସମୀର, ଓ ସୁରଜ୍ ସହଯୋଗ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment