ଏଆଇସିସିକୁ କୃତଜ୍ଞତା ଜଣାଇଲେ କଂଗ୍ରେସ ନେତା ଖରା°ଶୁ ।

ଭଞ୍ଜନଗର, ୧୨/୦୨(ପିପିଟି):ଦୀର୍ଘ ୮ମାସ ଧରି ଆଲୋଚନା ହେବା ପରେ ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିଛି।ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଙ୍କୁ ଏଆଇସିସି ପକ୍ଷରୁ ନୂଆ ପିସିସି ସଭାପତି ଭାବେ ମନୋନୀତ କରାଯାଇଛି।ଏହି ଖବର ପ୍ରକାଶ ପାଇବା ପରେ କଂଗ୍ରେସ ଦଳରେ ନୂଆ ଆଶା ସଞ୍ଚାର ହୋଇଛି।ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ନୂତନ ପିସିସି ସଭାପତିଙ୍କୁ ନେଇ ବହୁ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ଏହି ଅବସରରେ ପୂର୍ବତନ ପିସିସି ଜିଲ୍ଲା ସମ୍ପାଦକ ଖରା°ଶୁ ଶେଖର ଦାସ ଏଆଇସିସିକୁ କୃତଜ୍ଞତା ଜଣାଇଛନ୍ତି ଏବଂ ନୂତନ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପୂର୍ବାପେକ୍ଷା ସଙ୍ଗଠିତ ହୋଇ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବା ସହ ବିଜୟଲାଭ କରିବ ବୋଲି ଶ୍ରୀ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment