ଏଆଇଟିୟୁସି ପକ୍ଷରୁ ବିଭିନ୍ନ ଦାବିରେ କବିସୂର୍ଯ୍ଯ ନଗର ବ୍ଲକ୍ ସମ୍ମୁଖରେ ପ୍ରତିବାଦ ।

କବିସୂର୍ଯ୍ଯ ନଗର,(ପିପିଟି)୧୨/୦୫,କୋଭିଡ ୧୯ ଯୋଗୁ ରାଜ୍ୟରେ ଶ୍ରମିକଙ୍କ ମଧ୍ୟରେ ସୃଷ୍ଟି ହେlଇଥିବା  ସମସ୍ୟା ଗୁଡିକ ସମ୍ପକରେ ଏଆଇଟିୟୁସି କବିସୂର୍ଯ୍ଯ ନଗର  ପକ୍ଷରୁ ସୋମବାର ଦିନ ପ୍ରତିବାଦ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ବିଭିନ୍ନ ରାଜ୍ୟରେ ଦୁର୍ଦ୍ଦଶାରେ ପଡିଥିବା ଯେଉଁ  ପ୍ରବାସୀ ଶ୍ରମିକ ମାନେ ନିଜ ଘରକୁ ଫେରିବାକୁ ଚାହୁଛନ୍ତି  ସେମାନଙ୍କ ଫେରିବା ବ୍ୟବସ୍ଥା ସରକାର ସୁନିଶ୍ଚିତ କରାଇବା,ଦୀର୍ଘ ୧୩୪ ବର୍ଷର  ଆନ୍ତର୍ଜାତୀୟ  ଶ୍ରମ ଆଇନକୁ ଉଲଂଘନ କରି ରାଜ୍ୟ ସରକାର ୮ ଘଣ୍ଟା ପ୍ରତିବଦଳରେ ୧୨ ଘଣ୍ଟା ଶ୍ରମ ନିର୍ଘଣ୍ଟ ପ୍ରଚାଳନପାଇଁ କରିଥିବା ଘୋଷଣାନାମାକୁ  ଅବିଳମ୍ବେ ପ୍ରତ୍ୟାହାର,କୌଣସି ଆଧାର କାର୍ଡ  ଅନ୍ତର୍ଦୋୟ କାର୍ଡ ବି.ପି.ଏଲ . ଏ .ପି.ଏଲ. କାର୍ଡ ଦେଖାଇବାକୁ ବାଧ୍ୟ ନକରି ସମସ୍ତ ଶ୍ରମିକଙ୍କୁ ରାସନ ଯୋଗାଇବା,ସମସ୍ତ ଅସଂଗଠିତ କ୍ଷେତ୍ରର ଶ୍ରମିକ, ଠିକା , ଅସ୍ଥାୟୀ ଦିନ ମଜୁରିଆ ଶ୍ରମିକ ପରିବାରକୁ ଉଜ୍ଜଳା ରନ୍ଧନଗ୍ୟାସ ଯୋଜନାରେ  ସାମିଲ ଉଦ୍ୟମ କରିବା,ଲକ୍ ଡାଉନରେ ପଡିଥିବା ସମସ୍ତ ଶ୍ରମିକଙ୍କୁ ମଜୁରି ମିଳିବା ସୁନିଶ୍ଚିତ କରାଇବା ସହିତ ମଜୁରି କାଟ ବନ୍ଦକରିବା, କାହାକୁ ଛଟେଇ ନ କରିବା,ସମସ୍ତ ଶ୍ରମିକଙ୍କ  ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରାଇବା, ଅଣସଂଗଠିତ କ୍ଷେତ୍ର ସମସ୍ତ ଶ୍ରମିକ, ସଂଗଠିତ କ୍ଷେତ୍ରର  ଠିକ ଓ ଅସ୍ଥାୟୀ ଶ୍ରମିକ, ଆତ୍ମନିଯୁକ୍ତି ଶ୍ରମିକ, ଦିନ ମଜୁରିଆ ସମସ୍ତ ମୋଟର କର୍ମଚାରୀ ଯଥା  ବସ, ଅଟୋ, ଟେକସି ପ୍ରଭୁତି ଘୋରଇ କ୍ଷେତ୍ରରେ ନିଯୁକ୍ତ ଶ୍ରମିକଙ୍କୁ ପୁନଃ କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ ଅନ୍ତତଃ ସେମାନଙ୍କ ପରିବାରକୁ ମାସକୁ ୭୫୦୦ ଟଙ୍କା କରି ୩ ମାସ ପର୍ଯ୍ୟନ୍ତ ପ୍ରଦାନ କରିବା,ଆଶା ଓ ଅଙ୍ଗନବାଡି କର୍ମୀ ସମେତ ତୃଣମୂଳ ସ୍ତରରେ ସମୁଖ ଭାଗରେ ରହି କୋଭିଡ ୧୯ ବିରୋଧରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇବାକୁ ସୁନିଶ୍ଚିତ କରାଇବା,ଲକ୍ ଡାଉନ ପରେ କାର୍ଯ୍ୟରେ ଯୋଗ ଦେବାବେଳେ ମାଲିକ ମାନେ ଶ୍ରମିକମାନଙ୍କୁ ମାସ୍କ, ସାନିଟାଇଜର, ପ୍ରଭୁତି ଯୋଗାଇଦେବା,ପ୍ରବାସୀ ଶ୍ରମିକ ଆଇନ ୧୯୭୯ ସମୃଦ୍ଧ କରି ସେମାନଙ୍କ  ହିତରେ ସୁରକ୍ଷା, ବକେୟାଥିବା ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ତାଙ୍କର ବକେୟା ପ୍ରାପ୍ୟ ୧୫୦୦ ଟଙ୍କା ପ୍ରଦାନ କରିବା ପ୍ରମୁଖ ଦାବିରେ ଏଆଇଟିୟୁସି ପକ୍ଷରୁ ପ୍ରତିବାଦ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସି ନେତା ପ୍ରବୀଣ କୁମାର ଦାସ,ସୁଦର୍ଶନ ସ୍ବାଇଁ,ରୀତା ଦାସ,ବବିତା ପଣ୍ଡା,ମୋରାଜୀ ନାୟକ,ରଜନୀ ନାୟକ,ସନ୍ତୋଷ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment