ଏଆଇଟିୟୁସି ଅନୁବନ୍ଧିତ ଶ୍ରମିକ ସଂଗଠନର ବୈଠକ।

ବ୍ରହ୍ମପୁର,୨୨/୦୭(ପିପିଟି):ଏଆଇଟିୟୁସି ଅନୁବନ୍ଧିତ ଶ୍ରମିକ ସଂଗଠନ ଫରେଷ୍ଟ , ଉଡ,ଏଗ୍ରିକଲଚରାଲ ଏଣ୍ଡ୍ ବିଲ୍ଡିଂ କନଷ୍ଟ୍ରକସନ ୱାର୍କରର୍ସ ୟୁନିୟନର ଗଞ୍ଜାମ ଜିଲ୍ଲା କମିଟି ବୈଠକ ଜିଲ୍ଲା ସଭାପତି ପ୍ରବିଣ କୁମାର ଦାଶଙ୍କ ସଭାପତିତ୍ବରେ ଶୁକ୍ରବାର ଦିନ ବ୍ରହ୍ମପୁର କମାପଲ୍ଲୀ ନିକଟସ୍ଥ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିର୍ମାଣ ଶ୍ରମିକ ମାନଙ୍କ ବହୁବିଧ ସମସ୍ଯା, ସହାୟତା ରାଶି ପ୍ରଦାନରେ ଟାଳଟୁଳନୀତି, ନବୀନ ଋଣରେ ଅହେତୁକ ବିଳମ୍ବ, ନୂତନ ପଞ୍ଜିକରଣରେ ବିଳମ୍ବ, ଶ୍ରମିକ ୟୁନିୟନ୍ ମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା,ଶ୍ରମିକ ମାନେ ଗ୍ରାହକ ସେବା କେନ୍ଦ୍ର ଠାରୁ ଶ୍ରମ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି। ଏହି ସମସ୍ତ ସମସ୍ଯାକୁ ନେଇ ଅଗଷ୍ଟ ୯ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମହେନ୍ଦ୍ର ସେଠୀ,କୁନା ବେହେରା, ବାଉରୀବନ୍ଧୁ ବେହେରା, ଗଙ୍ଗା ଗୌଡ, କୈଳାସ ସାହୁ, ମହେଶ୍ୱର ଭୁନି,ନରସିଂହ ପ୍ରଧାନ, ଗଙ୍ଗାଧର ନାହାକ, ସନ୍ଯାସୀ ପ୍ରଧାନ, ମହେନ୍ଦ୍ର ନାୟକ,ପ୍ରଫୁଲ୍ଲ ପ୍ରଧାନ, ସନ୍ତୋଷ ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments (0)
Add Comment