ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ବୈଠକ ଏଵଂ ଦାବିପତ୍ର ପ୍ରଦାନ।

ପୋଲସରା,୦୩/୦୧ (ପିପିଟି) :ଋଷିକୂଲ୍ୟା ରୟତ ମହାସଭା ପୋଲସରା ଶାଖା ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ସାହିସ୍ଥିତ ଦଧିବାମନ ସ୍ବାମୀଙ୍କ ମନ୍ଦିର ଠାରେ ପୋଲସରା ଅଞ୍ଚଳର ଚାଷୀମାନଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଋଷିକୂଲ୍ୟା ରୟତ ମହାସଭାର ଜିଲ୍ଲା ସମ୍ପାଦକ ସିମାଞ୍ଚଳ ନାୟକ ଅତିଥିଭାବେ ଯୋଗଦେଇ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହିତ ଧାନ ମଣ୍ଡିରେ ଚାଷୀ କିଭଳି ସୁବିଧାରେ ତାର ଧାନ ସଠିକ ଓଜନରେ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ବିକ୍ରିକରି ଉଚିତ ସମୟରେ ଧାନର ଟଙ୍କା ପାଇବ ସେ ନେଇ ଆଲୋଚନା ହୋଇଥିଲା। ଏଥିସହ ମଣ୍ଡିରେ କଟନୀ ଛଟନୀ ଯେଭଳି ନ ହେବ ତା ପ୍ରତି ଗୁରତ୍ୱ ଦିଆଯାଇଥିଲା। ଚାଷୀଙ୍କ ପରିଶ୍ରମକୁ ପ୍ରାଧାନ୍ୟ ଦେଇ ପ୍ରଶାସନ କିଭଳି ସେମାନଙ୍କର ଧାନ ସୁବିଧାରେ ସେବା ସମବାୟ ସମିତି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗ୍ରହଣ କରିବେ ସେ ନେଇ ଆଲୋଚନା ହେବା ସହ ଚାଷୀଙ୍କ ୭ ଗୋଟି ଦାବିକୁ ନେଇ ଖାଦ୍ୟ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରାଙ୍କୁ ଓ ତହସିଲଦାର ଦିପ୍ତିମୟୀ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଋଷିକୂଲ୍ୟା ରୟତ ମହାସଭାର ଆବାହକ ରୂପେ ସାମ୍ବାଦିକ ତଥା ଚାଷୀ ଶିବ ପ୍ରସାଦ ସାହୁ ଓ ହୀନ ସ୍ୱାଇଁଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ବିପିନ ବିହାରୀ ପ୍ରଧାନ ଓ ପ୍ରମୋଦ କୁମାର ରଥଙ୍କୁ ଚୟନ କରାଯାଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରୋହିତପ୍ରଧାନ,ଦୁଃଖିଶ୍ୟାମ ପ୍ରଧାନ, ନାରାୟଣ ପ୍ରଧାନ, ଜ୍ୟୋତିର୍ମୟୀ ଦାସ, ଶଙ୍କର ଡାକୁଆ, ଉଦ୍ଧବ ବେହେରା, ରାଜୁ ଗୌଡ଼, ପଞ୍ଚୁ ସାହୁଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment