ଋଷିକୁଲ୍ୟା ପୋଲ ନିକଟରେ ସ୍କୁଟି ଛାଡି ନଦୀକୁ ଡେଇଁଲେ ଅଜଣା ବ୍ୟକ୍ତି, ଅଗ୍ନିଶମର ସନ୍ଧାନ ଜାରି ।

ଛତ୍ରପୁର,୨୩/୧୦:ଗଞ୍ଜାମ ଥାନା ଋଷିକୁଲ୍ୟା ପୋଲ ନିକଟରେ ସ୍କୁଟିକୁ ଛାଡି ନଦୀ କୁ ଡେଇଁ ନିଖୋଜ ହେଲେ ଅଜଣା ବ୍ୟକ୍ତି । ଘଟଣାର ଖବର ପାଇଁ ଅଗ୍ନିଶମ ବିଭାଗ ଓ ଗଞ୍ଜାମ ପୋଲିସ ର ତଦନ୍ତ କରୁଛି । କିଏ ଓ କାହିଁକି ଏପରି କରିଛି ତାହା ଜଣାପଡିନାହିଁ । ପୋଲ ନିକଟରେ ରହିଛି ସ୍କୁଟି, ଚପଲ, ଗ୍ୟାସ ପାସ ବୁକ ଜରି ରେ ରଖିଥିବା କିଛି ପିଆଜ ପଡି ରହିଛି । ରୁଷିକୁଲ୍ୟ ନଦୀ ଭିତରେ ପଶି ଅଗ୍ନିଶ୍ରମ ବିଭାଗ ସନ୍ଧାନ ଜାରି ରଖିଛି । ତେବେ କିଏ ଏହିଭଳି କରିଛି ତାହା ଜଣାପଡିନଥିବା ବେଳେ କିଛି ଦିନ ତଳେ ଏହିପରି ଘଟଣା ଘଟିଥିଲା । ବ୍ରହ୍ମପୁର ଜଣେ ବ୍ୟକ୍ତି ଗାଡି ରଖି ପୋଲ ଉପରୁ ନଦୀ କୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ପୁଣି ଆଜି ସକାଳୁ ଏହିପରି ଘଟଣା ଘଟିଛି ।

Comments (0)
Add Comment