ସାନଖେମୁଣ୍ଡି , ୧୬/୦୧(ପିପିଟି):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଞ୍ଚାୟତ ଅଧୀନ ଉସ୍ତା ଜଗନ୍ନାଥପୂର୍ ଗ୍ରାମରେ ନୂତନ ଭାବେ ନିର୍ମିତ ହୋଇଥିବା ଗ୍ରାମ୍ୟ ପାର୍କ ଟି ବର୍ତ୍ତମାନ ମାୟା ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ରାଧାଦେଇପୁର ଗ୍ରାମ ପଞ୍ଚାୟତ ଆର୍ଥିକ ବର୍ଷ ୨୦୨୨-୨୩ କାର୍ଯ୍ୟ କୋର୍ଡ ନଂ -:- ( ୨୪୧୨୦୨୦୦୨୩/LT/୧୦୫୦୯୮୭୫ ) ରେ ଉସ୍ତା ଜଗନ୍ନାଥପୁର ଗ୍ରାମ ସ୍ଥିତ ସ୍ଵପ୍ନେଶ୍ୱର ଶୈବ ମନ୍ଦିର ପ୍ରାଙ୍ଗଣରେ ଏକ ନୂତନ ଭାବେ ଗ୍ରାମ୍ୟ ପାର୍କ ନିର୍ମାଣ ପାଇଁ ବିଲ ପାସ୍ ହୋଇଥିଲା ହେଲେ ଦୁଃଖର ବିଷୟ ଏହି ଗ୍ରାମ୍ୟ ପାର୍କ ଟି ନିର୍ମାଣ ହୋଇ ସ୍ଵଇଚ୍ଛାରେ ମାୟା ହୋଇଯାଇଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ଗ୍ରାମବାସି ମାନଙ୍କ ଉଦ୍ଦେଶ୍ୟରେ ଏହି ପାର୍କ ନିର୍ମାଣ କରିଥିଲେ ହେଲେ ପାର୍କ ନିର୍ମାଣ ନ ହୋଇ ଯନ୍ତ୍ରୀ ମହୋଦୟ ବିଲ୍ ପରେ ବିଲ କରି ଚାଲିଲେ ଶେଷରେ ବିଲ ସମ୍ପୂର୍ଣ ହୋଇଗଲା ପରେ ମନ୍ଦିର ପ୍ରାଙ୍ଗଣରେ କିଛି ଟଙ୍କା ଖର୍ଚ୍ଚ କରି ଯେଉଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବୋର୍ଡ ଟି ଥିଲା ତାହାକୁ ଅଦୃଶ୍ୟ କରିଦେଲେ । ତେବେ ଏହି କାର୍ଯ୍ୟ ନହୋଇ ସମସ୍ତ ବିଲ କିପରି ହେଲା ତାହା ସନ୍ଦେହ ଘରରେ ରହିଛି । ଯନ୍ତ୍ରୀ ମହୋଦୟ ଙ୍କୁ ମାନିବାକୁ ପଡ଼ିବ ଯେ କାର୍ଯ୍ୟ ନହୋଇ ସେ କିପରି ବିଲ କରିଚାଲିଲେ ହେଲେ ଏଠି କାହାର କେତେ ଭାଗ ପଡ଼ିଲା କିଏ ଅଧିକ ବାଜି ମାରିଲା ତାହା ଆଗାମୀ ଦିନରେ ପର୍ଦ୍ଦାଫାଶ ହେବ । କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲା ପ୍ରଶାସନ ସୋଇରହିଥିବା ବେଳେ ବ୍ଲକ୍ ଅଧିକାରୀ ମାନେ ନିଦ୍ରା ଭାଙ୍ଗି ଟଙ୍କା ଆତ୍ମସାତ କରୁଥିବା ଦେଖିବାକୁ ମିଳିଛି । ଏହି ପଞ୍ଚାୟତରେ ଏଭଳି ଲକ୍ଷ ଲକ୍ଷ ଟଙ୍କା ଫଲ୍ସ ବିଲ କରି ଯନ୍ତ୍ରୀ ମାନେ ଟଙ୍କା ଆତ୍ମସାତ କରୁଥିବା ନଜର କୁ ଆସିଚି ଆଗାମୀ ଦିନରେ ଏହାର ସମ୍ପୁର୍ଣ୍ଣ ପର୍ଦ୍ଦାଫାଶ କରାଯିବ ।
ରିପୋର୍ଟ- ( ଆରତ କୁମାର ହୋତା )