ଉସ୍ତାଳୀରେ ପାଣିରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ।

ବେଗୁନିଆପଡା,୧୫/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କୋଦଳା ଥାନା ଉସ୍ତାଳୀ ଗ୍ରାମ ପୋଖରୀରେ ବୁଡି ଯାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବିଲରୁ କାମ ସାରି ପୋଖରୀକୁ ଗୋଧୋଇବା ପାଇଁ ଯାଉଥିଲେ। ଅସାବଧାନତାରୁ ଗୋଡ଼ ଖସି ଯାଇଥିବା ବେଳେ ପାଣି ଭିତରେ ପଶି ଯାଇଥିଲେ। ଫଳରେ ମହିଳାଙ୍କ ମୃତ୍ୟୁ ଘଟିଛି। ଆଜି ସକାଳୁ କୁମାରୀ ସ୍ବାଇଁ ନାମକ ଜଣେ ୫୭ ବର୍ଷୀୟ ମହିଳା ବିଲ କାମ ସାରି ଖଜୁରୀଆ ହଜକୁ ଗାଧୋଇବା ପାଇଁ ଯାଇ ଗୋଡ଼ ଖସି ଯିବାରୁ ପାଣି ଭିତରେ ବୁଡ଼ି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଉଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କୋଦଳା ଥାନା ପୋଲିସ ମେଡିକାଲରେ ପହଞ୍ଚି ଶବକୁ ବ୍ଯବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment