ଉଲୁଣ୍ଡା ବ୍ଲକ ସ୍ତରୀୟ ଡ୍ରାଇଭର ସଂଘ ଗଠିତ ।

ଉଲୁଣ୍ଡା,୩୦/୦୫(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗୌଡ଼ଗାଁ ଆମ୍ବତୋଟା ଠାରେ ବ୍ଲକ ସ୍ତରୀୟ ଡ୍ରାଇଭର ସଂଘ ଗଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବୈଠକରେ ବ୍ଲକର ବିଭିନ୍ନ ସ୍ଥାନରୁ ଡ୍ରାଇଭର ମାନେ ଯୋଗଦେଇଥିବାବେଳେ ବ୍ଲକ ସ୍ତରୀୟ ଏକ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବରେ ସୁରେଶ ସେଠୀ, ଉପସଭାପତି ନିରଞ୍ଜନ ପଣ୍ଡା, ସମ୍ପାଦକ ଅଚ୍ୟୁତାନନ୍ଦ ଚୌଦୂରୀ, ସହ ସମ୍ପାଦକ ଜନ୍ମଜୟ ପୁରୋହିତ ଓ କୋଷାଧକ୍ଷ ଭାବରେ ଚନ୍ଦ୍ରଶେଖର ମେଶୁଆ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ । ବିଜ୍ଞାନ ମହାକୂର ନରୋତମ ଭୋଇ, ବାବୁଲା ପଧାନ, ସୁରେଶ ମେଣ୍ଡଳୀ ଏବଂ ପୀତବାସ ସାହୁ ଉପଦେଷ୍ଟା ମଣ୍ଡଳୀରେ ରହିଥିବା ଜଣାପଡିଛି । ପରେ ଡ୍ରାଇଭର ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସମସ୍ତେ ଏକତ୍ରିତ ହୋଇ ସହଯୋଗର ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment