ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ଉଲୁଣ୍ଡା,୨୩/୦୫(ପିପିଟି): ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୨୬୯ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୫୮ ଗୋଟି ଓ ସାମୁହିକ ଦରଖାସ୍ତ ୧୧ ଗୋଟି ଗ୍ରହଣ କରାଯାଇଛି । ଗ୍ରହଣ କରାଯାଇଥିବା ୨୬୯ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୨୪୭ ଗୋଟି ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୨ ଟି ଆପତ୍ତି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ବିଡିଓ, ଉଲୁଣ୍ଡା ହେମସାଗର ଭୋଇଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ, ଡି.ଆର.ଡି.ଏ ଡୋଳାମଣି ପଟେଲ, ଉପ ଜିଲ୍ଲାପାଳ, ବୀରମହାରାଜପୁର ଅଶୋକ ଭୋଇ, ବ୍ଲକ ଅଧ୍ୟକ୍ଷ ଉଲୁଣ୍ଡ ଶାନ୍ତିଲତା ମିଶ୍ର , ବ୍ଲକ ଉପାଧକ୍ଷ ସଂଜୀବ ଦେହୁରୀ, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲାର ହସ୍ତତନ୍ତ ବସ୍ତ୍ର ର ଚାହିଦାକୁ ବୃଦ୍ଧି ସହ ସୁଦୂର ପ୍ରସାରି କରିବା ତଥା ଜିଲ୍ଲାରେ ଥିବା ବୁଣାକାର ଗୋଷ୍ଠୀ ଙ୍କ ଆର୍ଥିକଉନ୍ନତିରେ ସୁଧାର ଆଣିବା ଲକ୍ଷ୍ୟରେ ଜିଲ୍ଲାପ୍ରଶାସନ ର ନିଷ୍ପତ୍ତି କ୍ରମେ ଅଦ୍ୟ ଯୁଗ୍ମ ଜନଶୁଣାଣୀ ଶିବିରରେ ଯୋଗଦାନ କରିଥିବା ଅଧିକାରୀ ଓ କର୍ମଚାରୀ ପ୍ରମୁଖ ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିଲେ । ଏଣୁ ଏଣିକି ଜିଲ୍ଲାରେ ହେବାକୁ ଥିବା ପ୍ରତ୍ୟେକ ଯୁଗ୍ମ ଜନ ଶୁଣାଣୀ ଶିବିରରେ ଅଧିକାରୀ ତଥା କର୍ମଚାରୀ ବୃନ୍ଦ ଏହି ନିଷ୍ପତିକୁ କାର୍ଯ୍ୟକାରି କରିବାକୁ ପ୍ରଶାସନ ତରଫରୁ ପରାମର୍ଶ କରାଯାଇଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment