ଉଲୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ ।

ଉଲୁଣ୍ଡା,୩୦/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ବୀରମହାରାଜପୁର ବିଧାୟକ ତଥା ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଅତିଥି ଭାବରେ ଯୋଗଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।ବ୍ଲକର ରକ୍ସା ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଲୁଣ୍ଡା ବିଡ଼ିଓ ହେମସଗାର ଭୋଇ,ସରପଂଚ ତ୍ରିଲୋକେଶ ନାୟକ,ସମିତି ସଭ୍ୟ ରିତାରାଣୀ ମହାନନ୍ଦିଆ,କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜକିଶୋର ସୁନା ପ୍ରମୁଖ ଯୋଗଦେଇଥିବାବେଳେ ଆଶା, ଅଙ୍ଗନବାଡି କର୍ମୀ ପ୍ରମୁଖ ସହଯୋଗ କରିଥିଲେ । ସେହିଭଳି ଜାଲୋଏ ଗ୍ରାମ ପଞ୍ଚାୟତରେ ବିନୟ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ଅତିଥି ଭାବରେ ଯୋଗଦେଇ ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଯାଲୋଏ ସରପଞ୍ଚ ସିଭେଦିତ ବଘାର,ସମିତି ସଭ୍ୟ ଲିଲିମ ମେଂଡ଼ିଲି ଉପସ୍ଥିତ ଥିଲେ ।କାର୍ଯ୍ୟନିର୍ବାହୀ ଅଧିକାରୀ ଧୀରେନ୍ଦ୍ର ନାରାୟଣ ପଣ୍ଡା,ସଂଜୟ ବଘାର ପରିଚାଳନାରେ ସହଯୋଗ କରିଥିଲେ ।ପରେ ଲସ୍ତଲା,ମହଦା ଗ୍ରାମପଂଚୟତରେ ମଧ୍ୟ କାର୍ଡ ବଣ୍ଟନ କରିଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment