ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ।

ଉଲୁଣ୍ଡା,୨୯/୧୦(ପିପିଟି): ରାଜ୍ୟରେ ନବୀନ ସରକାରଙ୍କ ଲୋକପ୍ରିୟତା,ବିଭିନ୍ନ ଜନକଲ୍ୟାଣକାରି ଯୋଜନା ଓ କାର୍ଯ୍ୟକ୍ରମ ତଥା ଉଲୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମରେ ଚାଲିଥିବା ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିଜେଡ଼ି ଦଳର ନୀତି ଆଦର୍ଶରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ନେଇ ଆଜି ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ମୁଣ୍ଡଘାଟ, କଳାପଥର ଏବଂ କାଦୋଦର ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଗୁପ୍ତେଶ୍ୱର ଖୁରାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ବେହେରା ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଲୋକଙ୍କୁ ଅବଗତ କରିବା ସହ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଲୋକଙ୍କୁ ସଚେତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଲୁଣ୍ଡା ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ତରାଇ, ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ଝସକେତନ ବଘାର, ବ୍ଲକ ଅଧ୍ୟକ୍ଷ ଶାନ୍ତିଲତା ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସଂଜୀବ ଦେହୁରୀ ବିରମହାରାଜପୁର ଉପାଧ୍ୟକ୍ଷ ନାରାୟଣ ଲୁହା, ଯୁବନେତା ରଂଜିତ କୁମାର ରଥ, ବିହାରୀ ଲାଲ ମିଶ୍ର, କୁର୍ତ୍ତିବାସ ମିଶ୍ର, ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।ଶେଷରେ ଝାସକେତନ ବଘାର ଦାନ୍ୟବାଦ ଅର୍ପଣ କରିଥିଲେ ।ଏହି ପଦଯାତ୍ରାରେ ବିରାମହରାଜପୁର ନିର୍ଵାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମୀ ସାମିଲ ଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment