ଉଲୁଣ୍ଡା ବ୍ଲକରେ ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ।

ଉଲୁଣ୍ଡା,୧୩/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଲ ଓ ଏସପିଙ୍କ ମିଳିତ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଲ ଅନୁପସ୍ଥିତ ଥିବାରୁ ଜିଲ୍ଲପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଲ ସୁର୍ଯ୍ୟନାରାୟଣ ଦାସ ଏବଂ ଏସପି ଅମରେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ଏଥିରେ ସର୍ବମୋଟ ୩୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ୨୨ଟି ବ୍ୟକ୍ତିଗତ ଓ ୯ଟି ସାମୁହିକ ଅଭିଯୋଗ ହୋଇଥିବା ବେଳେ ୧୫ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା । ଅବଶିଷ୍ଠ ଅଭିଯୋଗ ଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଲ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବ୍ଲକର ଦୁଇଟି ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଦୁଇଟି ଚେକ୍ ପ୍ରଦାନ କରାଯାଇଥିଲା । ଉଲୁଣ୍ଡା ବିଡିଓ କରିସ୍ମା ଭେସ୍ରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାଁର ରଂଜନ କହଁର, ଉପ ଜିଲ୍ଲାପାଲ ଅଶୋକ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀ,ଉଲୁଣ୍ଡା ତହସିଲଦାର ଦିଲ୍ଲିପ ମାଝି, ଜିଲ୍ଳା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ଶୁଭ୍ରାଂଶୁ ଶେଖର ମଲ୍ଲିକ,ଏସଡିପିଓ ଡୋଲାମଣୀ ଭୋଇଙ୍କ ସମେତ ଜିଲ୍ଲା ତଥା ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ବିଏସଏସଓ କ୍ଷିରୋଦ୍ର ଭୁଷଣ ରାଏ ଶିବିରକୁ ପରିଚାଲନା କରିଥିବାବେଳେ ବ୍ଲକର ସମସ୍ତ କର୍ମଚାରି ସହଯୋଗ କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment