ଉଲୁଣ୍ଡା ବ୍ଲକ;ଅନ୍ତିମ ଦିନରେ ୩୩୫ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ ।

ଉଲୁଣ୍ଡା,୨୧/୦୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଜି ଶେଷ ଦିନରେ ୩୯ ଜଣ ସରପଞ୍ଚ, ୨୨୧ ଜଣ ୱାର୍ଡସଭ୍ୟ ଓ ୭୫ ଜଣ ସମିତିସଭ୍ୟ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବିଶିପଡା ପଞ୍ଚାୟତରେ ଦୁଇଜଣ ସରପଞ୍ଚ ଓ ୧୪ ଜଣ ୱାର୍ଡସଭ୍ୟ, ଚଢେଇପଙ୍କରେ ତିନି ଜଣ ସରପଞ୍ଚ ଓ ଚଉଦ ଜଣ ୱାର୍ଡସଭ୍ୟ, ଜାଲୋଏରେ ଦୁଇଜଣ ସରପଞ୍ଚ ଓ ଚବିଶ ଜଣ ୱାର୍ଡସଭ୍ୟ, ଜଉରାଭଉରାରେ ଦୁଇଜଣ ସରପଞ୍ଚ ଓ ବାର ଜଣ ୱାର୍ଡସଭ୍ୟ, କଦୋଦରରେ ଦୁଇଜଣ ସରପଞ୍ଚ ଓ ଚାରିଜଣ ୱାର୍ଡସଭ୍ୟ, କ୍ଷେମାଲୋଏରେ ଚାରିଜଣ ସରପଞ୍ଚ ଓ ଏଗାର ଜଣ ୱାର୍ଡସଭ୍ୟ, କଲାପଥରରେ ଦୁଇଜଣ ସରପଞ୍ଚ ଓ ଚାରିଜଣ ୱାର୍ଡସଭ୍ୟ, ଲସ୍ତଲାରେ ତିନି ଜଣ ସରପଂଚ ଓ ୧୩ ଜଣ ୱାର୍ଡସଭ୍ୟ, ମହଦାରେ ଚାରିଜଣ ସରପଞ୍ଚ ଓ ୧୩ ଜଣ ୱାର୍ଡସଭ୍ୟ, ମୁଣ୍ଡୋଘାଟରେ ଜଣେ ସରପଞ୍ଚ ଓ ଏଗାର ଜଣ ୱାର୍ଡସଭ୍ୟ, ନିମନାରେ ଜଣେ ସରପଂଚ ଓ ନଅ ଜଣ ୱାର୍ଡସଭ୍ୟ, ପଂଚମହଲାରେ ଚାରିଜଣ ସରପଞ୍ଚ ଓ ଏକୋଇଶି ଜଣ ୱାର୍ଡସଭ୍ୟ, ରକ୍ସାରେ ଦୁଇଜଣ ସରପଞ୍ଚ ଓ ଏଗାର ଜଣ ୱାର୍ଡସଭ୍ୟ ଏବଂ ଉଲୁଣ୍ଡାରେ ଚାରିଜଣ ସରପଞ୍ଚ ଓ ବାର ଜଣ ୱାର୍ଡସଭ୍ୟ, ସିଣ୍ଢୋଲରେ ଦୁଇଜଣ ସରପଞ୍ଚ ଓ ତେର ଜଣ ୱାର୍ଡସଭ୍ୟ ନାମାଙ୍କନ ଦାଖଲ କରିଥିବା ବେଳେ ଏସପତ୍ରାପାଲିରେ ତିନି ଜଣ ୱାର୍ଡସଭ୍ୟ, କୋଟସମଲାଇରେ ୨୩ ଜଣ ୱାର୍ଡସଭ୍ୟ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି । ସେହିପରୀ ୭୫ ଜଣ ସମିତସଭ୍ୟ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment