ଉଲୁଣ୍ଡା ଓ ବିରମହାରାଜପୁର ବ୍ଲକର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ।

ଉଲୁଣ୍ଡା,୦୨/୧୧(ପିପିଟି); ସୁବର୍ଣ୍ଣପୁର ଜିଲା ବିରମହାରାଜପୁର ଓ ଉଲୁଣ୍ଡା ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ମାଁ ଲକ୍ଷ୍ମୀଙ୍କର ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି ।ଉଲୁଣ୍ଡା ବ୍ଲକର ଉଲୁଣ୍ଡା,ଖୁଣ୍ଟୁଲାପାଲିଏବଂ ବିରମହାରାଜପୁର ବ୍ଲକର ବାଘମାରି, ମୂର୍ଷୁଣ୍ଢି ଠାରେ ଏବର୍ଷ ନିରାଡ଼ମ୍ବର ଭାବରେ ପାଳନ ହେଉଛି । କରୋନା କଟକଣା ନିୟମକୁ ଦୃଷ୍ଟିରେ ରଖି ଏବର୍ଷ ନାମଯଜ୍ଞ ପ୍ରବଚନ,ପରାୟଣ ସାଙ୍ଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି ।ଏବର୍ଷ ମୂର୍ଷୁଣ୍ଢି ଠାରେ ହେଉଥିବା ଗଜଲକ୍ଷ୍ମୀ ୩୫ତମ ବର୍ଷରେ ପହଂଚିଥିବାବେଳେ ଶନିବାର ଗାଁ ପୋଖରୀରୁ କଳସ ବୁଡାଯାଇ ମଣ୍ଡପରେ ସ୍ଥାପନ କରାଯାଇଥିଲା ।ଏଥିରେ ସନ୍ତୋଷ ସମର୍ଥ ଓ ମନୋଜ ନାଏକ ସପତ୍ନୀକ କର୍ତା ଦାୟିତ୍ୱ ତୁଲାଉ ଥିବାବେଳେ ସଚ୍ଚିଦାନନ୍ଦ ପଣ୍ଡା, ବନମାଳୀ ଚାନ୍ଦ ଓ ପ୍ରଦୀପ ରଥ ପୂଜାକାର୍ଯ୍ୟ ତୁଲାଉଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment