ଉଲୁଣ୍ଡା ଅଞ୍ଚଳରେ ହାତୀ ଉପଦ୍ରବ,କଦଳୀ ,ପନିପରିବା ସହ ବ୍ୟାପକ ଧାନ ଫସଲ ନଷ୍ଟ : ଚାଷୀ ଅତିଷ୍ଠ ।

ଉଲୁଣ୍ଡା,୨୦/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଫରେଷ୍ଟ ରେଞ୍ଜ ଅଂଚଳରେ ଏବେ ଦିନକୁ ଦିନ ହାତୀ ଉପଦ୍ରବ ବେଶ ବୃଦ୍ଧି ପାଇବାରେ ଲାଗିଛି । କାରଣ ଏବେ ହାତୀ ପଲ ଗାଁ ମୁହାଁ ହେବା ଫଳରେ ବ୍ୟାପକ ପନିପରିବା,ଧାନ ଫସଲ ନଷ୍ଟ ହେବା ସହ ଧନ ଜୀବନ ହାନି ଘଟୁଛି ।ବନବିଭାଗ ପକ୍ଷରୁ ମଧ୍ୟ ହାତୀ ଘଉଡାଇବା ନେଇ ସେତେଟା ତତ୍ପରତା ପ୍ରକାଶ ପାଉ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଗତ କିଛି ଦିନ ହେଲା ବ୍ଲକର ସିଂଢୋଲ,ଚଢ଼େଇପଙ୍କ,ଏସ ପତ୍ରାପାଲି, ଉଲୁଣ୍ଡା,ଯଉଁରାଭଉଁରା ଗ୍ରାମପଞ୍ଚାୟତର ବିଭିନ୍ନ ଗାଁରେ ହାତୀ ଧାନ ଫସଲ ନଷ୍ଟ କରୁଥିବାର ଦେଖିବାକୁ ମିଳିଛି ।ଗତ ଗୁରୁବାର ରାତି ୧୦ତା ସମୟରେ ଜଙ୍ଗଲରୁ ହାତୀ ପଲ ଆସି ଚଡେଇପଙ୍କ ଗ୍ରାପ ଲକ୍ଷ୍ମଣପୁର ଗାଁର ଚଞ୍ଚଳ ମେହେର ସନ୍ତୋଷ ମେହ୍ୱର,ସନତ କାଣ୍ଡଙ୍କ ବାଡ଼ିରେ କଦଳୀ ଗଛ ଖାଇବା ସହ ପନିପରିବା ଫସଲ ମାଡିଦଳି ଚକଟି ନଷ୍ଟ କରିଦେଇଥିବା ଜଣାପଡିଛି । ଏହି ହାତୀ ପଲରେ ୧୭ଟି ହାତୀ ଥିବାବେଳେ ଏମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଉଲୁଣ୍ଡା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ ଗତ ୫ ତାରିଖରେ ଯଉଁରାଭଉଁରା ପଞ୍ଚାୟତ ହାତିପାହୁଲ ଗ୍ରାମରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ଘଟଣା ପରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏପରିକି ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ସାହସ କରିପାରୁନାହାନ୍ତି ।ଏବେ ଧାନ ଅମଳ ସମୟ ହୋଇଥିବରୁ ଜଙ୍ଗଲ ମଧ୍ୟସ୍ଥ ବିଲକୁ ଯାଇ ଧାନ ଅମଳ କରିବାକୁ ଭୟ କରୁଛନ୍ତି । ଏଭଳି ପରିସ୍ଥିତିରେ ହାତୀପଲ ଏ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଏପରିକି ଧାନ ଅମଳ କରି ଖଳାରେ ରଖିଥିବାବେଳେ ହାତୀଙ୍କ ଧାନଖଳାକୁ ଆସି ମଧ୍ୟ ନଷ୍ଟ କରୁଥିବାର ଅଭିଯୋଗ ହେଉଛି । ସେପଟେ ହାତୀପଲଙ୍କ ଉପଦ୍ରବ ଏତେ ଜଟିଳ ହେବାପରେ ମଧ୍ୟ ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ତାତ୍ପରତ ଦେଖାଉ ନ ଥିବା ଏବଂ କ୍ଷତିପୂରଣ ବ୍ବାବଦକୁ କୌଣସି ବ୍ୟବସ୍ତା ନ କରିବାରୁ ଚାଷି ମହଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Comments (0)
Add Comment