ଉଲୁଣ୍ଡା,୦୮/୧୨(ପିପିଟି); କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି କୁ ବିରୋଧ ତଥା ପ୍ରତ୍ୟାହାର, ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ବିଲର ବାତିଲ,କୃଷି ପାଇଁ ବ୍ୟବହୃତ ଡିଜେଲ୍ର ଟିକସ ହ୍ରାସ,ଆନ୍ଦୋଳନରତ କୃଷକଙ୍କ ବିରୋଧରେ ଦାୟର ମାମଲାର ପ୍ରତ୍ୟାହାର ଆଦି ଦାବିରେ କେନ୍ଦ୍ରୀୟ କୃଷକ ସଙ୍ଗଠନ ପକ୍ଷରୁ ଦେଶ ବ୍ୟାପି ଭାରତ ବନ୍ଦ ଡାକରା ଦିଆଯାଇଥିଲା ।ଏହାର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି । ଉଲୁଣ୍ଡା କୃଷକ ସଂଗଠନ ଓ ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି ।ଆଜି ସକାଳୀ ସକାଳୁ କୃଷକ ସଙ୍ଗଠନ କର୍ମକର୍ତା,ବ୍ଲକ କଂଗ୍ରେସ ଓ ଯୁବ କଂଗ୍ରେସ କର୍ମକର୍ତା ମାନେ ପିକେଟିଂ କରିବା ସହ ବିଭିନ୍ନ ସ୍ଥାନରେ ଟାୟାର ଜାଲି ରାସ୍ତା ଅବରୋଧ କରି ସରକାର ବିରୋଧୀ ନାରାବାଜି କରିଥିଲେ ।ଫଳରେ ଉଲୁଣ୍ଡା ସହରରେ ଦୋକାନ ବଜାର ,ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବନ୍ଦ ଯୋଗୁଁ ଅଂଚଳରେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ମାତ୍ରାରେ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଥିଲା ।କେନ୍ଦ୍ର ସରକାର ତୁରନ୍ତ କୃଷିନୀତିକୁ ପ୍ରତ୍ୟାହାର ନ କଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବାକୁ ଧମକ ଦିଆଯାଇଥିଲା ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)