ଉଲୁଣ୍ଡାରେ ଦୁଃଖଦ ଘଟଣା,ବିଷଧର ସାପ କାମୁଡ଼ାରେ ଦୁଇ ଭଉଣୀଙ୍କର ମୃତ୍ୟୁ ।

ଉଲୁଣ୍ଡା,୨୮/୧୦(ପିପିଟି); ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଂଚମହଲା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି ।ରାତିରେ ସୋଇଥିବା ଅବସ୍ଥାରେ ବିଷଧର ସାପ କାମୁଡ଼ାରେ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଛି । ପଂଚମହଲା ଗ୍ରାମର ଗୋପାଳ ଜଗଦଲାଙ୍କର ଦୁଇ ନାବାଳିକା ଝିଅ ନିକିତା (୧୨) ଓ ସାନ ଝିଅ ଅର୍ଚିତ (୯)ଙ୍କର ସାପ କାମୁଡ଼ାରେ ସୁବର୍ଣ୍ଣପୁର ଡାକ୍ତରଖାନା ରେ ଚିକିସ୍ତିତ ଅବସ୍ଥାରେ ମୃତ୍ୟୁ ହୋଇଛି । ଗତକାଲି ମାଆଙ୍କ ସାଙ୍ଗରେ ଦୁଇ ଭଉଣୀ ଗୋଟିଏ ଘରେ ସୋଇଥିଲେ । ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡି ଦେଇଥିଲା । ସାପ କାମୁଡିଥିବା ଜାଣିପାରି ପରିବାର ଲୋକ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭଉଣୀଙ୍କର ମର୍ତ୍ୟୁ ହୋଇଯାଇଛି । ଗୋଟିଏ ଦିନରେ ଦୁଇ ଭଉଣୀଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ସୋନପୁର ପୋଲିସ ମୃତ ଦୁଇ ଭଉଣୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଛି ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Comments (0)
Add Comment