ଭଞ୍ଜନଗର, ୧୫/୦୨(ପିପିଟି) :ଗତ ଅକ୍ଟୋବର ୨୫ତାରିଖ ୨୦୨୩ରେ ଭଞ୍ଜନଗର ତହସିଲଦାର ଭାବେ ଉମା ଶଙ୍କର ବେହେରା ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ବର୍ତ୍ତମାନ ସେ ପଦୋନ୍ନତି ପାଇ ଭଞ୍ଜନଗର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ପୁର୍ବରୁ ଏଠାରେ ଥିବା ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କର କିଛିଦିନ ପୂର୍ବେ ଭୁବନେଶ୍ୱର ବଦଳି ହୋଇଯାଇଛି। ଫଳରେ ଶ୍ରୀ ବେହେରା ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଦାୟିତ୍ୱ ତୁଲାଇ ଆସୁଥିଲେ। ଶୁକ୍ରବାର ଉପ ଜିଲ୍ଲାପାଳ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖବର ଜଣାପଡିବା ପରେ ଭଞ୍ଜନଗର ଉପଖଣ୍ଡର ବହୁ ଅଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରିପୋର୍ଟ- (ଜେ କେ ପଟ୍ଟନାୟକ)