ଉପାନ୍ତ ଇଲାକାରେ ନେଟୱର୍କ ଅପହଞ୍ଚ କିପରି ହେବ ପାଠପଢା ଓ ଅନଲାଇନ କାର୍ଯ୍ଯ ?

ରାୟଗଡ଼ା-୨୬/୦୬(ପିପିଟି); ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ ଏହି ଜିଲ୍ଲାର ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସେବା ସାତ ସପନ ଆଜିବି ଅନେକ ଅପହଞ୍ଚ ଗାଁ ରହିଛି ନେଟୱର୍କ ନଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଜିଲ୍ଲାର ଗୁଡାରୀ, ରାମନାଗୁଡା, କୋଲନରା, କାଶୀପୁର, ଚନ୍ଦ୍ରପୁର ଆଦି ବ୍ଲକରେ ବସବାସ କରୁଥିବା ଲୋକମାନେ ମଧ୍ୟରୁ ୫୦ ପ୍ରତିଶତ ନେଟୱର୍କ ସେବାରୁ ବଞ୍ଚିତ ହେଉଥିବା ବେଳେ ଜିଲ୍ଲାର ପଦ୍ମପୁର,ଗୁଣୁପୁର ,ମୁନିଗୁଡ଼ା ବିଷମ କଟକ ବ୍ଲକର କିଛି ଅଞ୍ଚଳରେ ସମାନ ଅବସ୍ଥା ନେଟୱର୍କ ଅସୁବିଧା ଯୋଗୁଁ ଅନେକ ସରକାରୀ ସେବା ଓ ବ୍ୟାଙ୍କ ସେବା, ଡାକ ସେବା ଗୁରୁତର ବାଧାପ୍ରାପ୍ତ ହେଉଛି। ଏ ଭଳି ପରିସ୍ଥିତିରେ ଚନ୍ଦ୍ରପୁର ବ୍ଲକର କଥା ନ କହିବା ଭଲ ଜିଲ୍ଲାର ଅନେକ ଗାଁର ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଲୋକେ ନେଟୱର୍କ ପାଇବା ଆଶାରେ କିଏ ପାହାଡ଼ ଚଡ଼ିବାକୁ ପଡୁଛିତ,କିଏ ପଥର ଉପରେ ଛିଡ଼ା ହେବାକୁ ପଡୁଛି,ତ କିଏ ଗଛ ଉପରକୁ ଚଢ଼ିବାକୁ ପଡୁଛି। ଏ ହେଉଛି ଡିଜିଟାଲ ଦୁନିଆ,କିନ୍ତୁ ଏହିଭଳି ଇଲାକାରେ ନେଟୱର୍କ ତ ନାହିଁ, ମୌଳିକ ସୁବିଧାରୁ ମଧ୍ୟ ଜନସାଧାରଣ ବଞ୍ଚିତ।

(ରିପୋର୍ଟ – ନବୀନ ନାୟକ ବେହେରା। )

Comments (0)
Add Comment