ଭଞ୍ଜନଗର,୦୧/୦୯(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଠାରେ ଥିବା ଉପର ବାଗଦେବୀ ମନ୍ଦିରରୁ ଗତ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଜଣାପଡିଛି।ପାହାଡ଼ ଉପରେ ଥିବା ନିଛାଟିଆ ଏହି ମନ୍ଦିରରୁ ପୂଜକ ଫେରିବା ପରେ ଦେବୀଙ୍କ କିଛି ପିତ୍ତଳ ସାମଗ୍ରୀ ଓ ହୁଣ୍ଡି ଭାଙ୍ଗି କିଛି ଟଙ୍କା କେହି ଦୁର୍ବୁତ୍ତ ନେଇଯାଇଥିବା ସୂଚନା ମିଳିଛି।ସୁରକ୍ଷା ଦୃଷ୍ଟିରୁ ରାତିରେ ସୁନା ଅଳଙ୍କାର ସାମଗ୍ରୀ ମନ୍ଦିରରେ ରଖା ଯାଉ ନଥିବାରୁ ତାହାକୁ ଚୋର ନେବାରେ ସକ୍ଷମ ହୋଇପାରି ନାହିଁ।ହେଲେ ଏସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )