ଭଞ୍ଜନଗର,୨୯/୦୬(ପିପିଟି): ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ବୁଧବାର ସକାଳ ସମୟରେ ଅଚାନକ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିଛନ୍ତି।ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥିଙ୍କ ସହ ଡାକ୍ତରଖାନାରେ ଥିବା ସୁବିଧା ସୁଯୋଗ, ରୋଗୀ ସେବା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ମେଡ଼ିକାଲର ସ୍ଵଛତା ଓ ପରିମଳ ବ୍ୟବସ୍ଥାକୁ ନେଇ ଶ୍ରୀ ରାୟ ସନ୍ତୋଷ ପ୍ରକାଶ କରିବା ସହ ଉତ୍ତମ ରୋଗୀ ସେବା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।ହସ୍ପିଟାଲର ସମସ୍ତ ବିଭାଗ ବୁଲି ଦେଖିବା ସହ କର୍ମଚାରୀଙ୍କ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।ଏହି ସମୟରେ ହସ୍ପିଟାଲ ମ୍ୟାନେଜର ବିଚିତ୍ର କୁମାର ପାଣିଗ୍ରାହୀ,ଡାକ୍ତର ବି.ପ୍ରଣବାନନ୍ଦ ପାତ୍ରଙ୍କ ସମେତ ଅନ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )