ଭଞ୍ଜନଗର, ୦୬/୦୧(ପିପିଟି):ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଉପଜିଲ୍ଲାପାଳ ସମସ୍ତ ସଭ୍ୟ ସଭ୍ୟା ଙ୍କର ସହଯୋଗ କାମନା କରିଥିଲେ।ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଭୋର ୫ଟା ୩୦ ମିନିଟରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହର ରେ ରାମଧୁନ୍ ପରିବେଷଣ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭ଟା ୧୫ମିନିଟରେ ପତାକା ଉତ୍ତୋଳନ କରାଯିବ। ସକାଳ ୮ଟା ୩୦ ମିନିଟରେ ସ୍ଥାନୀୟ ଜେଲ ପଡ଼ିଆ ଠାରେ ମୁଖ୍ୟ ଅତିଥି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବା ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ l ଏହା ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ପ୍ୟାରେଡ୍ ଅଭ୍ୟାସ ଆସନ୍ତା ୨୧ ଓ ୨୨ତାରିଖ ୨ଦିନ ସ୍ଥାନୀୟ ଜେଲ ଗ୍ରାଉଣ୍ଡ ରେ କରିବା ନିମନ୍ତେ ସ୍ଥିର କରାଯାଇଛି।ଉପଖଣ୍ଡ ସ୍ତରୀୟ ଓଡ଼ିଆ ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ ଓ ବ୍ରକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା ,ଡେପୁଟି କଲେକ୍ଟର ଗୋପାଳ କୃଷ୍ଣ ରାଉତରାୟ,ଡେପୁଟି କଲେକ୍ଟର ରଚିତା ମହାପାତ୍ର, ସହକାରି ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଆରକ୍ଷୀ ଅଧୀକ୍ଷକ ଡ଼ ଦୀପକ କୁମାର ମିଶ୍ର, ତହସିଲଦାର ଅଭିପ୍ସା ପଟ୍ଟନାୟକ , ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ଭଞ୍ଜନଗର ଥାନାଧିକାରୀ ଜୀବନା ନନ୍ଦ ଜେନା, ସମେତ ସମସ୍ତ ବିଭାଗର ସରକାରୀ ଅଧିକାରୀ, ଏନ୍.ସି.ସି ଅଫିସର କେ.ଏସ.ୟୁ .ବି କଲେଜ,ବଣିକ ସଂଘର ସଭାପତି ଓ ସମ୍ପାଦକ,ଖୁଚୁରା ବ୍ୟବସାୟୀ ସଂଘ ର ସଭାପତି ଓ ସମ୍ପାଦକ, ମଧୁସୂଦନ ଟ୍ରଷ୍ଟର ସଭାପତି,ସମାଜ ସେବୀ,ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ,ଶିକ୍ଷକ,ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରସ୍ତୁତି ବୈଠକରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,ସୂଚନା ଲୋକ ସମ୍ପର୍କ ବିଭାଗର ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ପାତ୍ର, ପଦ୍ମ ଚରଣ ନାୟକ ଓ ତାରିଣି ସାହୁ ସହଯୋଗ କରିଥିଲେ। ଶେଷରେ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ସମସ୍ତ ଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)