ଉନ୍ନତ ମାନର ଫଟୋ ଓ ଭିଡ଼ିଓ ସୁଟ ସମ୍ପର୍କିତ କର୍ମଶାଳା ।

ଭଞ୍ଜନଗର, ୧୬/୧୦(ପିପିପି): ବର୍ତ୍ତମାନ ସମୟରେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜ୍ଞାନ କୌଶଳ ଅବଲମ୍ବନ କରି ଉନ୍ନତ ମାନର ଫଟୋ ଓ ଭିଡ଼ିଓ ସୁଟିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଯୁବଗୋଷ୍ଠୀ।ତେଣୁ ଗ୍ରାହକଙ୍କ ଚାହିଦା ମୁତାବକ ବିଭିନ୍ନ କମ୍ପାନୀ ମାନେ ନୂତନ ମଡେଲର କ୍ୟାମେରା ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି।ଯାହାକୁ ଅନୁସରଣ କରି ଆଜିକାଲି ବହୁ କ୍ୟାମେରା ମ୍ୟାନ ନିଜ ରୋଜଗାର ବୃଦ୍ଧି କରି ପାରିଛନ୍ତି।ଆଜି କ୍ୟାନନ କମ୍ପାନୀ ତରଫରୁ ଘୁମୁସର ଫଟୋଗ୍ରାଫର ଆସୋସିଏସନ ଭଞ୍ଜନଗର ଦ୍ୱାରା ଓଟିଡିସି ପାନ୍ଥ ନିବାସରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କ୍ୟାନନର ସେଲସ ମ୍ୟାନେଜର ଅଭିଜିତ ରାୟ,ମେଣ୍ଟର ଅଭିଷେକ ପଟ୍ଟନାୟକ, ବ୍ରଜ କିଶୋର ଲେଙ୍କା,ବିଶ୍ୱ ସାହୁ,ମଡେଲ ତ୍ରିନିସା ଦାସ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଜିପିଏ ସଭାପତି ଜେ.କେ ପଟ୍ଟନାୟକ ସଭାପତିତ୍ୱ କରିଥିଲେ।ଯେକୌଣସି ପରିସ୍ଥିତିରେ କିଭଳି ଉନ୍ନତ ମାନର ଫଟୋ ଓ ଭିଡ଼ିଓ ସୁଟ କରିହେବ ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଜଗନ୍ନାଥ ନାୟକ ଓ ସୁନୀଲ ନାୟକ ନୂତନ କ୍ୟାନନ କ୍ୟାମେରା ନେବା ପାଇଁ ସ୍ଥିର କରିଛନ୍ତି।ଏଥିରେ ଜିପିଏର ବିରଞ୍ଚି ପ୍ରସାଦ ମିଶ୍ର,ସାଗର ବେହେରା, ସଂଗ୍ରାମ ସ୍ୱାଇଁ, ଅନୀଲ ବିଷୋୟୀ,ସୁଶାନ୍ତ ନାୟକ, ଆନନ୍ଦ ମିଶ୍ର ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment