ଉଦ୍ଧାର ହେଲା ୧୨ଫୁଟର ଅହିରାଜ।

ପାତ୍ରପୁରୁ,୦୨/୦୫,ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଫିସ ନିକଟ କରୁଣାକର ଉଚ୍ଚ ନୋଡାଲ ସ୍କୁଲରୁ ଗତକାଲି  ଏକ ୧୨ ଫୁଟର ଅହିରାଜକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ ଓ ବନ ବିଭାଗ । ସାରା ଦେଶରେ ଲକ୍ ଡାଉନ ଜାରୀ ରହିଛି ଏହି ସମୟରେ ପିଲାମାନେ ନିଜର ସମୟ ଅତିବାହିତ ପାଇଁ ବିଭିନ୍ନ ସ୍ଥାନରେ ଖେଳକୁଦରେ ମାତିଥାନ୍ତି । ସେହିପରି ସ୍କୁଲ ପରିଷରରେ ଉକ୍ତ ଅଞ୍ଚଳର କିଛି ପିଲା ଖେଲିବା ସମୟରେ ସାପଟିକୁ ଦେଖି ଭୟରେ ସେଠାରୁ ଦଉଡି ପଳାଇ ଆସିଥିଲେ ।ସନ୍ଧ୍ୟା ସମୟରେ ସମସ୍ତେ ଘରର ସଦସ୍ୟଙ୍କୁ ଏହି ବିଷୟ କହିବା ପରେ କିଛି ସ୍ଥାନୀୟ ଲୋକେ କଥାର ସତ୍ୟତା ଜାଣିବା ପାଇଁ ସ୍କୁଲର ବିଭିନ୍ନ ସ୍ଥାନକୁ ଖୋଜା ଖୋଜି କରିଥିଲେ ଶେଷରେ ସ୍କୁଲ ମଧ୍ୟରେ ନବ ନିର୍ମିତ ନାଳ ମଧ୍ୟରେ ସାପଟି ଥିବାର ଦେଖିଥିଲେ । ସେମାନେ ତୁରନ୍ତ ସାମନ୍ତିଆପଲ୍ଲି ବନ ବିଭାଗକୁ ଖବର ଦେଇଥିଲେ, ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି କେଉଁ ସାପ ଅଛି ଅନୁଧ୍ୟାନ କରିବା ବେଳକୁ ଅହିରାଜ ସାପଟି ସେଠାରେ ଲୁଚି ରହିଥିଲା । ଏଥି ମଧ୍ୟରେ ସ୍ଥାନୀୟ ଗ୍ରାମ ଲୋକେ ବିରାଟ ସାପ ସ୍କୁଲ ପରିସରରେ ଥିବା ଶୁଣି ସେଠାରେ ଏକତ୍ରିତ ହେବାକୁ ଲାଗିଲେ, ଲୋକଙ୍କ ଭିଡ ଜମିଥିବା ଖବର ପାଇ ଜରଡା ପୋଲିସ କର୍ମଚାରୀ ମାନେ ମଧ୍ୟ ସେଠାରେ ପହଞ୍ଚି ଲୋକଙ୍କୁ ଘଉଡାଇବାରେ ଲାଗିଲେ । ଶେଷରେ ବନବିଭାଗ ବ୍ରହ୍ମପୁରର ସ୍ନେକ ହେଲ୍ପ ଲାଇନ ଓ ସର୍ପ ଉଦ୍ଧାରକ ମାନଙ୍କୁ ଖବର ଦେଇଥିଲେ ।  ବନ କର୍ମଚାରୀଙ୍କ ସହ ବ୍ରହ୍ମପୁରରୁ ତାରା ପ୍ରଶାଦ ଦାସ, ସୁସାନ୍ତ ମହାଙ୍କୁଡ ଓ  ସ୍ୱାଧିନ କୁମାର ସାହୁ,ଶ୍ରୀକାନ୍ତ ନାହାକ,  ସନ୍ଦିପ ସେଠୀ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟିର ଲମ୍ବା ୧୨ ଫୁଟରୁ ଅଧିକ ଥିବା ବେଳେ ଏହାକୁ ଉଦ୍ଧାର କରିବାକୁ ପାଖାପାଖି ଏକ ଘଣ୍ଟା ସମୟ ଲାଗିଥିଲା । ସାମନ୍ତିଆପଲ୍ଲୀ ରେଞ୍ଜର ରଜତ କୁମାର ମିଶ୍ର ଓ ବନପାଳ ଅଭିନାଶ ଚୌଧୂରୀଙ୍କ ନେତୃତ୍ୱରେ ହୋଇଥିବା ଉଦ୍ଧାର କାର୍ଯ୍ୟରେ ବନ ବିଭାଗ ଓ ଜରଡା ଥାନା କର୍ମଚାରୀମାନେ ସହଯୋଗ କରିଥିଲେ ।
ରିପୋର୍ଟ – ରାହୁଲ ବେହେରା ।

Comments (0)
Add Comment