ଉତ୍ସାହୀ ଯୁବକ ମାନଙ୍କ ଦ୍ୱାରା ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପ୍ରତିଷ୍ଠା ଉତ୍ସବପାଳନ।

ବୋଲଗଡ଼,୩୦/୦୩(ପିପିଟି): ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର ଅଟେ। ସାରା ଗ୍ରାମକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରା ମହାନ ପ୍ରତୀକ ଭାଗବତ ଟୁଙ୍ଗୀ। ଏହି ପରିପ୍ରେକ୍ଷୀରେ ଆଜିର ସମୟରେ ଯୁବପିଢି ଆଧୁନିକତାର ବଶବର୍ତ୍ତୀ ହୋଇ ପୁରାତନ ସଂସ୍କୃତି,ପରମ୍ପରା ଓ ଆଧ୍ୟାତ୍ମିକ ଭାବଧାରା ଠାରୁ ଦୁରେଇ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ପଞ୍ଚାୟତ ର ପାଟବନ୍ଧ ଗ୍ରାମର ଉତ୍ସାହୀ ଯୁବକମାନେ ପୁରୁଣା ଭାଗବତ ଟୁଙ୍ଗୀ ର ପୁନର୍ଉଧାର କରି ତାର ପ୍ରତିଷ୍ଠା କରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବାର ନିଆରା ପଦକ୍ଷପ ନେଇଛନ୍ତି। ଏପରି ସ୍ଥଳେ ସମାଜକୁ ଅଧୋଗତି ରୁ ଉଧାରକରି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଏବଂ ଭାଗବତ ବିଶ୍ୱାସ କରାଇବାର ନିଆରା ପ୍ରୟାସ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏଭଳି ଉଦ୍ୟମ ଗ୍ରାମ ତଥା ସମାଜକୁ ନିଶ୍ଚିତ ଭାବେ ଦିଗଦର୍ଶନ ଦେବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ । ସେଥିପାଇଁ ଗ୍ରାମବାସୀ ମାନେ ପ୍ରସଂଶାରେ ଶତ ମୁଖ ହୋଇ ଉଠିଛନ୍ତି। ପ୍ରତେକ ସଂଧ୍ୟାରେ ବିଭିନ୍ନ ପୁରାଣ, ଗୀତା, ଭାଗବତ ପୋଥି ସହ ସତସଙ୍ଗ, ଭଜନ, କୀର୍ତ୍ତନ ହେବ ବୋଲି ଜଣାଯାଇଛି। ଏହି ଅବସରରେ ହୋମ କାର୍ଯ୍ୟ ସମାପନ ପରେ ଭାଗବତ ଦେବ ଙ୍କୁ ଆସ୍ଥାନ କୁ ଆସିଥିଲେ। ଏବଂ ପରେ ନାମ ସଂକୀର୍ତ୍ତନ କାର୍ଯ୍ୟ କ୍ରମ କରାଯାଇ ଥିଲା। ଏହି ଅବସରରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment