ଉଲୁଣ୍ଡା,୨୬/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ପରିଦର୍ଶନ ରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ପରିସର ରେ ସମୀକ୍ଷା ବୈଠକ କରିଥିଲେ । ସୁଚନା ଅନୁସାରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଦଲେଇ ଗତକାଲି ପୁର୍ବାହ୍ନରେ ବୀରମହାରାଜପୁର ଅଞ୍ଚଳ ଗସ୍ତ କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ରେ ବିଭିନ୍ନ ବିଭାଗ ର କାର୍ଯ୍ୟ ସମୀକ୍ଷା କରିବା ସହିତ ସମ୍ପୃକ୍ତ ବିଭାଗ ଗୁଡିକରେ କିପରି କାମ ଶୀଘ୍ର କାମ ସରିବ ସେ ନେଇ ଗୁରୁତ୍ବାରୋପ କରିବା ସହ ବିଭାଗରେ କାମ ଅଯଥା ଗଛିତ ନ କରି ଶୀଘ୍ର ସମାଧାନ କରିବାକୁ ବିଭାଗ ଗୁଡିକୁ ନିର୍ଦ୍ଦେଶକ ଦେଇଥିଲେ । ବୈଠକରେ ସୁବର୍ଣ୍ଣପୁର ଭାରପ୍ରାପ୍ତ ଜିଲ୍ଲାପାଳ ସୁର୍ଯ୍ୟନାରାୟଣ ଦାସ, ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ତହସିଲଦାର ବିବୁଧ ଗଡନାୟକ,ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡାଙ୍କ ସମେତ ସିଡିପିଓ ସୁଦର୍ଶନୀ ରଥ , ବୀରମହାରାଜପୁର ଥାନା ଅଧିକାରୀ ପଦ୍ମାସିନୀ ମେହେର, ସୁବଳୟା ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)