ଉତ୍ତମ ସେବା ପାଇଁ ବିଡେକା ସମ୍ମାନିତ ।

ଭଞ୍ଜନଗର,୦୯/୦୬(ପିପିଟି):ଗତ କିଛି ବର୍ଷ ହେଲା ଭଞ୍ଜନଗର ଅଞ୍ଚଳରେ ବିଭିନ୍ନ ବିପଦ ଆପଦ ସମୟରେ ଦୁର୍ଦ୍ଦିନରେ ଥିବା ଲୋକଙ୍କୁ ସ୍ୱେଚ୍ଛାସେବୀ ସଙ୍ଗଠନ ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ ଉତ୍ତମ ସେବା ଯୋଗାଇ ଆସୁଛି।ଗତ ମାସ ୨୫ତାରିଖରେ କଳିଙ୍ଗା ଘାଟିରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ଜଣ ମୃତବ୍ୟକ୍ତିଙ୍କୁ ବିଡେକା,ଭଞ୍ଜନଗର ଦ୍ୱାରା ସେମାନଙ୍କ ନିଜ ଗ୍ରାମ ସୁଲତାନପୁର, ପଶ୍ଚିମବଙ୍ଗକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଗାଡ଼ି ଯୋଗେ ପଠାଇବାର ବ୍ୟବସ୍ଥା କରିଥିଲେ। ଏହି ଉତ୍କୃଷ୍ଟ ସାମାଜିକ ସେବା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବିଡେକା ସଙ୍ଗଠନକୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଡେକାର ସଦସ୍ୟବୃନ୍ଦ ଏବଂ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ, ବି.ଡ଼ି.ଓ. ଅନିଲ କୁମାର ସେଠୀଙ୍କ ସମେତ ଉପଖଣ୍ଡ ପ୍ରଶାସନର ବହୁ କର୍ମଚାରୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment